ରିପୋର୍ଟ କାର୍ଡ / ଭୁବନେଶ୍ୱର
କଟକ କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜିର ସରକାରରେ କୌଣସି ଅପରାଧୀକୁ ଘଣ୍ଟ ଘୋଡ଼ାଯିବ ନାହିଁ, ଏହା ପୂର୍ବ ସରକାରରେ ହେଉଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ମହିଳାମାନଙ୍କ ସହିତ ହେଉଥିବା ଅପରାଧରେ କିଭଳି ଅଧିକ ଦଣ୍ଡ ବିଧାନ ହେବ, ସରକାର ସେ ନେଇ ନିଜେ ତଦାରଖ କରିବେ। ଅତୀତରେ ମହିଳାଙ୍କ ପ୍ରତି ଅତ୍ୟାଚାରର ଦଣ୍ଡ ବିଧାନ ହାର ସର୍ବଭାରତୀୟସ୍ତରରେ କମ୍ ରହିଛି। ଆଗାମୀ ଦିନରେ ସରାକର ଉଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିବାକୁ ଯାଉଛନ୍ତି। ରାଜ୍ୟରେ ୪ଟି ମହିଳା ସଂକ୍ରାନ୍ତୀୟ କୋର୍ଟ କରାଯିବ। ଫାଷ୍ଟ ଟ୍ରାକ କୋର୍ଟ କରାଯିବ, ଯେଉଁଥିରେ ମହିଳା ସଂକ୍ରାନ୍ତୀୟ ଅପରାଧ କେସ୍ଗୁଡ଼ିକର ବିଚାର କରାଯିବ। କେସ୍ଗୁଡ଼ିକର ଓକିଲ ମଧ୍ୟ ମହିଳା ରହିବେ, ଯେଉଁଥିରେ ପୀଡ଼ିତାଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..