ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଘରେ ଦୁଇରୁ ଅଧିକ ବିଦେଶୀ କୁକୁର ଘରେ ରଖିପାରିବେନାହିଁ | ଏମିତି ଏକ ନିର୍ଦ୍ଦେଶନାମା ଜାରି କରିଛି ଉତ୍ତରପ୍ରଦେଶର ଗାଜିଆବାଦ ପୌର ପ୍ରଶାସନ। କ୍ରମାଗତ ଭାବେ କୁକୁର କାମୁଡ଼ା ଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ଗାଜିଆବାଦ ପୌର କର୍ତ୍ତୃପକ୍ଷ କଠୋର ହୋଇଛନ୍ତି। ଏଥିସହ ଆଉ କେତେକ ବିଦେଶୀ ଘାତକ ପ୍ରଜାତିର କୁକୁରକୁ ଘରେ ରଖିବାକୁ ନିଷେଧ କରାଯାଇଛି। ଏହି କୁକୁର ଗୁଡ଼ିକ ହେଉଛନ୍ତି ପିଟବୁଲ୍, ରୋଟୱିଲର୍ ଏବଂ ଡୋଗୋ ଆର୍ଜେଣ୍ଟିନୋ। ଏ ସମ୍ପର୍କରେ ଶନିବାର ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେଥିରେ କୁହାଯାଇଛି ଯେ, କୌଣସି ପରିବାର ଗୋଟିଏରୁ ଅଧିକ ପୋଷା କୁକୁର ରଖିପାରିବେ ନାହିଁ। କୁକୁର ରଖୁଥିବା ମାଲିକମାନେ ଲାଇସେନ୍ସ ରଖିବା ଅନିବାର୍ଯ୍ୟ। ନଭେମ୍ବର ୧ରୁ ପ୍ରଦାନ କରାଯିବ। ସେମାନଙ୍କୁ ଦୁଇ ମାସ ମଧ୍ୟରେ କୁକୁରମାନଙ୍କର ପଞ୍ଜିକରଣ କରିବାକୁ ପଡିବ। ସେହିପରି ଉଚ୍ଚ ବିଲଡିଂରେ ରହୁଥିବା ଲୋକେ ସେମାନଙ୍କ କୁକୁରକୁ ସର୍ଭିସ ଲିଫ୍ଟରେ ନେବା ଆଣିବା କରିବେ। ଜନଗହଳିପୂର୍ଣ୍ଣ ଅଞ୍ଚଳକୁ କୁକୁର ବୁଲେବାକୁ ନେଉଥିଲେ ମୁହଁରେ ତୁଣ୍ଡି ବାନ୍ଧିବାକୁ ପଡ଼ିବ। ନିକଟରେ ଗାଜିଆବାଦର ବିଭିନ୍ନ ଆବାସିକ ଅଞ୍ଚଳ ତଥା କମ୍ପ୍ଲେକ୍ସରେ ଅନେକ କୁକୁର କାମୁଡ଼ା ନେଇ ଅଭିଯୋଗ ଆସିଥିଲା। ପ୍ରାୟ ୧୦ରୁ ଅଧିକ ଛୋଟ ଛୁଆ ଓ ବୟସ୍କ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ବିଶେଷ କରି ପିଟବୁଲ୍, ରୋଟୱିଲର୍ ଏବଂ ଡୋଗୋ ଆର୍ଜେଣ୍ଟିନୋ ପ୍ରଜାତିର କୁକୁର ଅତି ଭୟଙ୍କର ପ୍ରକୃତି ଥିବା ଜଣାପଡ଼ିଥିଲା।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..