ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାନୁଆରି ୨୬ତାରିଖ ପର୍ଯ୍ୟନ୍ତ ସକାଳ ୧୦.୨୦ରୁ ମଧ୍ୟାହ୍ନ ୧୨.୩୫ ପର୍ଯ୍ୟନ୍ତ ଉଡ଼ିବନି ବିମାନ। ଏହି ନିୟମ ଆଜିଠାରୁ ଦିଲ୍ଲୀରେ ଲାଗୁ ହୋଇଛି । ସକାଳ ୧୦.୨୦ରୁ ମଧ୍ୟାହ୍ନ ୧୨.୩୫ ପର୍ଯ୍ୟନ୍ତ କୌଣସି ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବ ନାହିଁ କିମ୍ବା କୌଣସି ବିମାନ ଏଠାରୁ ଉଡ଼ାଣ କରିବ ନାହିଁ। କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହରେ ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବ। ଏଥର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ତେବେ ଏହାକୁ ଆଖି ଆଗରେ ରଖି ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ମାଇକ୍ରୋ ବ୍ଲଗିଂ ସାଇଟ୍ ଏକ୍ସରେ ପୋଷ୍ଟ କରି ଲେଖାଯାଇଛି ଯେ, ୧୯ରୁ ୨୬ଜାନୁଆରି ମଧ୍ୟରେ ସକାଳ ୧୦.୨୦ରୁ ମଧ୍ୟାହ୍ନ ୧୨.୩୫ ପର୍ଯ୍ୟନ୍ତ କୌଣସି ବିମାନ ଉଡ଼ାଣ କିମ୍ବା ଅବତରଣ କରିବ ନାହିଁ। ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବୃଦ୍ଧି କରାଯାଇଛି। ଗଣତନ୍ତ୍ର ଦିବସ ଅବସରରେ ଭାରତ ଏବଂ ବିଦେଶର ବହୁ ଲୋକପ୍ରିୟ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିବେ। ସେଥିପାଇଁ ଦିଲ୍ଲୀ ମେଟ୍ରୋ ଷ୍ଟେସନ, ପ୍ରମୁଖ ବଜାର ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଦିଲ୍ଲୀ ବ୍ୟତୀତ ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ଏନସିଆର, ୟୁପିର ରାଜଧାନୀ ଲକ୍ଷ୍ନୌ, ମୁମ୍ବାଇ, କୋଲକାତା ଏବଂ ଅନ୍ୟାନ୍ୟ ପ୍ରମୁଖ ମେଟ୍ରୋ ସହରରେ ସୁରକ୍ଷା ବୃଦ୍ଧି କରାଯାଇଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..