ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନିଷିଦ୍ଧ କରିଛନ୍ତି ଅଷ୍ଟ୍ରେଲିଆ ସରକାର । ଫେସବୁକ, ଟିକଟିକ୍ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବ୍ୟବହାର କରିପାରିବେନି ୧୬ ବର୍ଷରୁ କମ୍ ବୟସର ପିଲା । ଆଉ ଯଦି ବ୍ୟବହାର କରନ୍ତି ତେବେ ଜରିମାନା ଦେବାକୁ ପଡିବ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନାନ୍ କହିଛନ୍ତି । ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନାନ୍ ଗୁରୁବାର କହିଛନ୍ତି ଯେ ୧୬ ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ ମିଡିଆରୁ ନିଷିଦ୍ଧ କରିବା ପାଇଁ ଅଷ୍ଟ୍ରେଲିଆ ନୂଆ ଆଇନ ପ୍ରଣୟନ କରିବ । ଫେସବୁକ୍, ଟିକ୍ଟକ୍ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ବୟସ ନିଷେଧାଦେଶ ଲାଗୁ କରିବାକୁ ସେମାନଙ୍କୁ ପଡିବ ଏବଂ ଏଥିରେ ବିଫଳ ହେଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଆଲବାନିସ୍ କହିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ସରକାର ପ୍ରଥମେ ସୋସିଆଲ ମିଡିଆ ବୟସ ସୀମା ଧାର୍ଯ୍ୟ କରିଥିଲେ ଏବଂ ଏହି ଧାରଣାକୁ ସାଂସଦମାନଙ୍କ ମଧ୍ୟରେ ବ୍ୟାପକ ସମର୍ଥନ ମିଳିଥିଲା ।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……