ରିପୋର୍ଟ କାର୍ଡ / ଭୁବନେଶ୍ଵର
ଦୀର୍ଘ ଦୁଇବର୍ଷ ପରେ ଚଳିତବର୍ଷ ବିନା କଟକଣାରେ ପାଳିତ ହେବ ଗଣେଶ ପୂଜା | ଠାକୁରଙ୍କୁ ସିଧାସଳଖ ଦର୍ଶନ କରିପାରିବେ ଭକ୍ତ । ଆଜି ଗଣେଶ ପୂଜାକୁ ନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଏହା ସହିତ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ଅପିଲ କରିଛନ୍ତି । ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯିବ । ରାଜଧାନୀର କୁଆଖାଇ ଓ ଦୟା ନଦୀ କୂଳରେ ବ୍ୟବସ୍ଥା ହେବ। ଅସ୍ଥାୟୀ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବେ । ଚଳିତବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ହେବ ବୋଲି ବିଏମସି କମିଶନର କହିଛନ୍ତି ।






More Stories
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..