ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୨ ନୋବେଲ ଶାନ୍ତି ପୁରସ୍କାର ବିଜେତା ଏଲେସ୍ ବାଲିୟାତ୍ସ୍କିଙ୍କୁ ବେଲାରୁଷ୍ର ଏକ ଅଦାଲତ ୧୦ ବର୍ଷର ଜେଲଦଣ୍ଡ ହୋଇଛି। ଶାନ୍ତି ଶୃଙ୍ଖଳା ଭଙ୍ଗକାରୀଙ୍କୁ ସେ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଏଭଳି ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି। ମାନବ ଅଧିକାର ଏବଂ ଗଣତନ୍ତ୍ର ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୨ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ୩ ଜଣଙ୍କ ମଧ୍ୟରେ ଏଲେସ୍ ଜଣେ ଥିଲେ। ୬୦ ବର୍ଷ ବୟସ୍କ ଏଲେସ କହିଛନ୍ତି, ରାଷ୍ଟ୍ରପତି ଆଲେକଜାଣ୍ଡାର ଲ୍ୟୁକାସେଙ୍କୋଙ୍କ ଏକଛତ୍ରବାଦୀ ଶାସନ ତାଙ୍କୁ ନିରବ ରଖିବା ପାଇଁ ପ୍ରୟାସ କରୁଛି। ସେହିଭଳି ମାନବ ଅଧିକାର ସଂଗଠନ ଗୁଡ଼ିକ ଉକ୍ତ ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଅନ୍ୟାୟ ବୋଲି କହିଛନ୍ତି। ୨୦୨୦ର ବିବାଦୀୟ ନିର୍ବାଚନ ପରେ ବେଲାରୁଷରେ ୨୦୨୧ରେ ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ବାଲିୟାତ୍ସ୍କିଙ୍କ ଦ୍ୱାରା ବାୟସ୍ନା ମାନବ ଅଧିକାର ସଂଗଠନ ସ୍ଥାପନ ହୋଇଛି। ନୋବେଲ ପୁରସ୍କାର ପ୍ରଦାନ ସମୟରେ ସେ ଜେଲ୍ରେ ଥିଲେ। ତାଙ୍କ ପୁରସ୍କାରକୁ ପତ୍ନୀ ଗ୍ରହଣ କରିଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..