ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ନୋବେଲ କମିଟି ପକ୍ଷରୁ ୩ ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ଏହି ପୁରସ୍କାର ଦିଆଯିବ | ମାଉଙ୍ଗି ଜି. ବାୱେଣ୍ଡି, ଲୋଇସ୍ ଇ.ବ୍ରୁସ୍ ଓ ଆଲେକ୍ସି ଏଲ୍ ଏକିମୋଭ୍ ପାଇବେ ନୋବେଲ ପୁରସ୍କାର | କ୍ୱାଣ୍ଟମ୍ ବିନ୍ଦୁ ଆବିଷ୍କାର ଏବଂ ଏହାର ବିକାଶ ପାଇଁ ୩ ଜଣ ରସାୟନ ବିଜ୍ଞାନୀଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। କ୍ୱାଣ୍ଟମ୍ ବିନ୍ଦୁ ଥିବା କ୍ଷୁଦ୍ର କଣିକାଗୁଡ଼ିକର ବ୍ୟବହାର ଟେଲିଭିଜନ୍ ପରଦା ଏବଂ ଏଲଇଡି ଲ୍ୟାମ୍ପରେ ହୋଇଥାଏ ଯାହା ଆଲୋକ ବିସ୍ତାର କରିଥାଏ। ଏହା ଟ୍ୟୁମର ଟିସୁକୁ ଆଲୋକିତ କରିବା କ୍ଷମତା ରଖିଥାଏ। ଏକିମୋଭ ଏବଂ ବୃସ୍ କ୍ୱାଣ୍ଟମ୍ ବିନ୍ଦୁ ସୃଷ୍ଟି କରିବାରେ ସଫଳ ହୋଇଥିଲେ ଏବଂ ବାୱେଣ୍ଡି ଏହାର ରାସାୟନିକ ଉତ୍ପାଦନରେ ନୂତନତା ଆଣିଥିଲେ। କ୍ୱାଣ୍ଟମ୍ ବିନ୍ଦୁ କ୍ୟୁଲେଡ ଟେକ୍ନୋଲୋଜି ଉପରେ ଆଧାର କରି କମ୍ପ୍ୟୁଟର ମନିଟର ଏବଂ ଟେଲିଭିଜନ୍ ସ୍କ୍ରିନ୍କୁରେ ବ୍ୟବହାର ହୋଇଥାଏ।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..