ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ପଦାର୍ଥ ବିଜ୍ଞାନୀ ଜନ କ୍ଲାର୍କ, ବୈଜ୍ଞାନିକ ମାଇକେଲ ଡେଭୋରେଟ ଏବଂ ବୈଜ୍ଞାନିକ ଜନ ମାର୍ଟିନିସଙ୍କୁ ଏହି ପୁରସ୍କାର ମିଳିଛି। ଏକ ଇଲେକ୍ଟ୍ରିକ ସର୍କିଟରେ କ୍ଵାଣ୍ଟମ ମେକାନିକାଲ ଟନେଲିଂ ଏବଂ ଏନର୍ଜୀ କ୍ଵାଣ୍ଟାଇଜେସନର ଆବିସ୍କାର କ୍ଷେତ୍ରରେ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।ରୟାଲ ସ୍ଵେଡିଶ ଏକାଡେମୀ ଏଫ ସାଇନସେସ ତରଫରୁ ଦିଆଯାଉଥିବା ଏହି ପୁରସ୍କାର ବାବଦରେ ୩ ବୈଜ୍ଞାନିକଙ୍କୁ ୧୧ ମିଲିଅନ ସ୍ଵେଡିଶ କ୍ରନର (ପ୍ରାୟ ୧୦ କୋଟି ଟଙ୍କା) ପ୍ରଦାନ କରାଯିବ। କ୍ଲାର୍କ ଏବଂ ମାର୍ଟିନିସ କାଲିଫର୍ନିଆ ବିଶ୍ଵବିଦ୍ୟାଳୟ ସହିତ ଜଡ଼ିତ ଥିବାବେଳେ ଡେଭୋରେଟ ୟେଲ ବିଶ୍ଵବିଦ୍ୟାଳୟ ଏବଂ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟ ସହିତ ସମ୍ପୃକ୍ତ ରହିଛନ୍ତି।କ୍ଲାର୍କ ବ୍ରିଟେନର କେମ୍ବ୍ରିଜରେ ୧୯୪୨ରେ ଜନ୍ମଗ୍ରହଣ କରିଥିଲେ। ସେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରୁ ୧୯୬୮ରେ ପିଏଚ.ଡି ଡିଗ୍ରୀ ହାସଲ କରିଥିଲେ। ବର୍ତ୍ତମାନ ସେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରେ ପ୍ରଫେସର ଅଛନ୍ତି।ଡେଭୋରେଟ ୧୯୫୩ରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୨ରେ ପ୍ୟାରିସ-ସୁଦ ବିଶ୍ଵବିଦ୍ୟାଳୟରୁ ପିଏଚ.ଡି ଡିଗ୍ରୀ ଲାଭ କରିଥିଲେ। ସେ ବର୍ତ୍ତମାନ ୟେଲ ବିଶ୍ଵବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ସେହିପରି ୧୯୫୮ରେ ଜନ୍ମିତ ମାର୍ଟିନିସ ଏବେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରୁ ପିଏଚ.ଡି ଡିଗ୍ରୀ ହାସଲ କରିଛନ୍ତି। ୧୯୮୦ରୁ ଏହି ୩ ବୈଜ୍ଞାନିକ ଏକାଠି ଗବେଷଣା କରୁଛନ୍ତି।






More Stories
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..