ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲକଡାଉନ୍ରେ ମର୍ଣ୍ଣିଂ ୱାର୍କ, ଇଭିନିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା କରାଯାଇଛି । ଏନେଇ ଆଜି ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ୱାର୍କିଂ, ସାଇକ୍ଲିଂ ନକରିବାକୁ ଲୋକଙ୍କୁ କହିଲେ ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହାସହ କିଛି ଲୋକ ଏସବୁ କରୁଥିବା ଦେଖାଯାଉଛି, ଏହା ଗାଇଡଲାଇନ ଉଲ୍ଲଂଘନ ହେଉଥିବା ସେ କହିଛନ୍ତି। ଲକ୍ଡାଉନର ଉଦ୍ଦେଶ୍ୟ ରାସ୍ତା ଉପରକୁ ଆସି ଗହଳି ନକରିବା ବୋଲି ସିପି ସ୍ପଷ୍ଟ କରିଛନ୍ତି। ତେଣୁ ଲକଡାଉନ ବେଳେ ୱାକିଂ, ସାଇକ୍ଲିଂ ନକରିବାକୁ କହିଲେ ସିପି। ସେପଟେ କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କୁ ଚେତାବନୀ ଦେଲେ ଏଡିଜି। ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, କରୋନା ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। କୌଣସି ଘରୋଇ ହସ୍ପିଟାଲ ଅଧିକ ଅର୍ଥ ନେଉଥିଲେ ବି ତାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।






More Stories
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….
ଟିମ ଇଣ୍ଡିଆ କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ନବୀନ…..
ସୁଭଦ୍ରା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ…..