ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିସନ। ୧୯ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୨୭ରେ ଶେଷ ହେବ । ମାର୍ଚ୍ଚ ୨୮ ପ୍ରାର୍ଥୀପତ୍ର ଯାଞ୍ଚ ଓ ମାର୍ଚ୍ଚ ୩୦ରେ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ ହୋଇଛି। ତାମିଲନାଡୁର ୩୯ଟି ଆସନ, ରାଜସ୍ଥାନର ୧୨ଟି ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ଉତ୍ତରାଖଣ୍ଡ, ଆସାମ ଓ ମହାରାଷ୍ଟ୍ରର ୫ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗର ୩ ଆସନ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟର ୨ଟି ଲେଖାଏଁ ଆସନ ଏବଂ ବିହାରରେ ୪ଟି ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ସେହିପରି ଛତିଶଗଡ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆଣ୍ଡାମାନ୍ ନିକୋବର, ଜମ୍ମୁ-କାଶ୍ମୀର, ଲାକ୍ଷାଦ୍ୱୀପ ଓ ପୁଡୁଚେରୀର ଗୋଟିଏ ଲେଖାଏ ସିଟରେ ଭୋଟ ହେବ |






More Stories
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..
କୋର୍ଟକୁ ବୋମା ଧମକ…..
ରେପୋ ରେଟରେ ଅପରିବର୍ତ୍ତିତ…..