Report Card Odisha

| Daily Odia News

ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଆରମ୍ଭ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଆଜିଠାରୁ ଆରମ୍ଭ ହୋଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ଚଳିତ ବର୍ଷ ଜୁଲାଇ ୩୧ ରହିଛି। ଅନଲାଇନରେ କେବଳ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ https://awards.gov.in ରେ ଏହି ପୁରସ୍କାର ଲାଗି ନାମାଙ୍କନ ଅଥବା ନାମାଙ୍କନ ଲାଗି ସୁପାରିସ ଗ୍ରହଣ କରାଯିବ। ୨୦୨୬ ଗଣତନ୍ତ୍ର ଦିବସ ଅବସରରେ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରାଯିବ। ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ପଦ୍ମ ପୁରସ୍କାର ଅନ୍ୟତମ। ଏହି ବର୍ଗରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ୧୯୫୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ। ଏହି ପୁରସ୍କାରସବୁ ସାଧାରଣ ବ୍ୟକ୍ତିବିଶେଷଙ୍କ ‘ଉଲ୍ଲେଖନୀୟ ଅବଦାନ’କୁ ସ୍ୱୀକୃତି ଦେବା ପାଇଁ ଉଦ୍ଦିଷ୍ଟ ଏବଂ କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ଲୋକ ବ୍ୟାପାର, ନାଗରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ ଇତ୍ୟାଦି ସମସ୍ତ କ୍ଷେତ୍ର ବା ବିଷୟରେରେ ବିଶିଷ୍ଟ ଏବଂ ଅସାଧାରଣ ସଫଳତା ତଥା ସେବା ପାଇଁ ପ୍ରଦାନ କରାଯାଏ। ଜାତି, ବୃତ୍ତି, ପଦବୀ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଏହି ପୁରସ୍କାର ପାଇଁ ଯୋଗ୍ୟ। ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଛାଡ଼ି ପିଏସୟୁରେ କାମ କରୁଥିବା ତଥା କୌଣସି ସରକାରୀ କର୍ମଚାରୀ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ନୁହଁନ୍ତି। ଏଥିପାଇଁ ସମସ୍ତ ନାଗରିକଙ୍କୁ ନିଜ ପାଇଁ ମନୋନୟନ କରିବା ଏବଂ ଅନ୍ୟ ପାଇଁ ସୁପାରିଶ କରିବାକୁ ଅନୁରୋଧ କରାଯାଇଛି। ନାମାଙ୍କନ ବା ସୁପାରିଶ ପତ୍ର ନିର୍ଦ୍ଧାରିତ ପୋର୍ଟାଲରେ ଉପଲବ୍ଧ ଫର୍ମାଟ ମାଧ୍ୟମରେ ପ୍ରଦତ୍ତ ସମସ୍ତ ପ୍ରାସଙ୍ଗିକ ବିବରଣୀ ସହ ହେବା ଉଚିତ। ଏଥିରେ ଏକ ବର୍ଣ୍ଣାତ୍ମକ ପ୍ରଶଂସାପତ୍ର (ସର୍ବାଧିକ ୮୦୦ ଶବ୍ଦ) ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ସୁପାରିଶ କରାଯାଇଥିବା ବ୍ୟକ୍ତିଙ୍କ କ୍ଷେତ୍ର ବା ବିଭାଗରେ ଉଲ୍ଲେଖନୀୟ ଏବଂ ଅସାଧାରଣ ସଫଳତା ତଥା ସେବାକୁ ଏହି ବର୍ଣ୍ଣନା ସ୍ପଷ୍ଟ ଭାବରେ ପ୍ରକାଶ କରୁଥିବା ଆବଶ୍ୟକ।

Breaking News