Report Card Odisha

| Daily Odia News

ବିଜେପି ସଭାପତି ପାଇଁ ୧୯ରେ ନାମାଙ୍କନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପିର ଜାତୀୟ ସଭାପତି ପାଇଁ ଘୋଷଣା ହୋଇଛି କାର୍ଯ୍ୟସୂଚୀ । ଆସନ୍ତା ୧୯ତାରିଖରେ ପଦବୀ ପାଇଁ ନାମାଙ୍କନ ଦାଖଲ କରିବାକୁ ଧାର୍ଯ୍ୟ କରାଯାଇଛି । ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବାକୁ ପ୍ରକ୍ରିୟା ପାଇଁ ଧାର୍ଯର୍୍ୟ ହୋଇଛି । ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ, ୫ଟାରୁ ୬ଟା ନାମାଙ୍କନ ପ୍ରତ୍ୟାହାର ସମୟ ରହିଛି । ୨୦ତାରିଖରେ ହିଁ ଘୋଷଣା ହେବ ସଭାପତିଙ୍କ ନାମ । ତେବେ ଯଦି ଜଣେ ହିଁ ବ୍ୟକ୍ତି ନାମାଙ୍କନ ଦାଖଲ କରିବେ ତେବେ ସେହି ଦିନ ହିଁ ତାଙ୍କ ନାମକୁ ଘୋଷଣା କରାଯିବ । ବର୍ତ୍ତମାନ ନୀତିନ ନବୀନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି । ସୂଚନା ଅନୁସାରେ ୧୯ତାରିଖ ଦିନ ନୀତିନ ନବୀନ ହିଁ ଏକ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଏବଂ ତାଙ୍କୁ ପୂର୍ଣ୍ଣକାଳୀନ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯିବ । ଏହି ସମୟରେ ସମସ୍ତ ହାଇପ୍ରୋଫାଇଲ ନେତା ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

Breaking News