Report Card Odisha

| Daily Odia News

ଜାପାନ୍‌କୁ ଟାର୍ଗେଟ୍‌ କରି ମିଶାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିଜ ଦେଶର ଶାସନ ବ୍ୟବସ୍ଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ଉତ୍ତର କୋରିଆ | ଏହାର ସୁପ୍ରିମ୍‌ ଲିଡର୍‌ କିମ୍‌ ଜୋଙ୍ଗ୍‌ ଉଙ୍ଗ୍‌ଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ । ଛୋଟ ଦେଶ ହୋଇ ମଧ୍ୟ ଆମେରିକାକୁ ଟକ୍କର ଦେଇପାରୁଥିବାରୁ କିମ୍‌ଙ୍କ ବିଷୟରେ ଲୋକ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ନିକଟରେ ଉତ୍ତର କୋରିଆ ଏକ ଦୂରଗାମୀ କ୍ରୁଇଜ୍‌ ମିଶାଇଲ୍‌ର ପରୀକ୍ଷଣ କରିଥିବା ଜଣାପଡ଼ିଛି । ଯାହାକି ଜାପାନ୍‌କୁ ଟାର୍ଗେଟ୍‌ କରି ପାରିବ ବୋଲି ଏକ ଗଣମାଧ୍ୟମ ସୋମବାର ପ୍ରାକାଶ କରିଛି । କେସିଏନ୍‌ଏ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ମୁତାବକ ଏହି ମିଶାଇଲ୍‌ ୧୫ ଶହ କି.ମି. ଅର୍ଥାତ ୯୩୦ ମାଇଲ୍‌ ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ବିଶେଷ କଥା ହେଉଛି କି ଉତ୍ତର କୋରିଆ ଖାଦ୍ୟ ସଙ୍କଟ ଏବଂ ଅର୍ଥନୈତିକ ସଙ୍କଟ ପରିସ୍ଥିତିରେ ବି ଅସ୍ତ୍ରଶସ୍ତ୍ର ନିର୍ମାଣ ଜାରି ରଖିଛି । ଆମେରିକା ମିଲିଟାରୀ ଏହି ପରୀକ୍ଷଣକୁ ନେଇ କହିଛି ଯେ, ଏହା ଅନ୍ତର୍ଜାତୀୟ ସମୁଦାୟ ପାଇଁ ବିପଦ । ପଡ଼ୋଶୀ ଜାପାନ ଏହି ମିଶାଇଲ୍‌ ପାଇଁ ଚନ୍ତିତ ବୋଲି କହିଛି । ସ୍ଥାନୀୟ ଖବରକାଗଜ ସିନ୍‌ମୁନ୍‌ ମିଶାଇଲ୍‌ ଲଞ୍ଚ ସମୟର ଏକ ଫଟୋ ସହିତ ଏହାର ସମ୍ପୂର୍ଣ୍ଣ ଫଟୋଟି ପ୍ରକାଶ କରିଛି । ତେବେ ଶନିବାର ଏବଂ ରବିବାର କରାଯାଇଥିବା ପରୀକ୍ଷଣରେ ମିଶାଇଲ୍‌ଟି କୋରିଆ ସମୁଦ୍ରରେ ଖସିପଡ଼ିବା ପୂର୍ବରୁ ସଫଳ ଭାବେ ଲକ୍ଷ୍ୟ ଭେଦ କରିଥିଲା ବୋଲି ଜଣାପଡ଼ିଛି ।

Breaking News