ରିପୋର୍ଟ କାର୍ଡ / କଟକ
ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୋହେଲ ମନସୁର। ତାଙ୍କ ଘର ବିହାରରେ। ଏସ୍ସିବିର ଟ୍ରମା ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା। ଏହା ପୂର୍ବରୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏସ୍ସିବି ରେ ଚିକିତ୍ସାଧୀନ ଥିବା ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ବାହାନଗା ଟ୍ରେନ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହି ଘଟଣାରେ ମୃତକଙ୍କ ସଂଖା ୨୯୧କୁ ବଢ଼ିଛି।






More Stories
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….
ଜେଏସଡବ୍ଲ୍ୟୁ ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ…..
ଏସଆଇଆର ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ଉପରେ ଲାଗିଲା ରୋକ୍…..