ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କର ଆୟଠାରୁ ୨୬୮% ଅଧିକ ସଂପତ୍ତି ଠାବ କରିବା ପରେ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବ୍ରଜେନ୍ଦ୍ର ନାୟକଙ୍କ ୫ଟି ସ୍ଥାନରେ ଚଢଉ କରିଥିଲେ। ଭୁବନେଶ୍ୱର ଏବଂ ପୁରୀ ଜିଲ୍ଲାରେ ଏହି ଚଢଉ ଚାଲିଥିଲା। ଭୁବନେଶ୍ୱରର ଭୀମଟାଙ୍ଗୀ, ହାଉସିଂ ବୋର୍ଡ କଲୋନିରେ ଥିବା ଘର, ରାଜାରାଣୀ କଲୋନିରେ ଥିବା ପ୍ଲଟ ନଂ ୩୮୪ ଓ ୩୮୫, ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ି ଗାଁରେ ଥିବା ପୈତୃକ ଘର ଓ ଫାର୍ମହାଉସରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା। ଏହି ଚଢଉ ବେଳେ ବ୍ରଜେନ୍ଦ୍ର ନାୟକଙ୍କର ଭୁବନେଶ୍ୱରରେ ୫ଟି ବଡ଼ କୋଠା, ନିମାପଡ଼ାରେ ଫାର୍ମ ହାଉସ, ନିମାପଡ଼ାରେ ୧୦ଟି ଦୋକାନ ଘର ଥିବା ମାର୍କେଟ କଂପ୍ଲେକ୍ସ, ୭ଟି ପ୍ଲଟ, ଦେଢ଼ କୋଟି ଟଙ୍କାର ଜମା ଓ ଦାମୀ କାର୍ ଠାବ ହୋଇଥିଲା। ଓଡ଼ିଶା ଭିଜିଲାନ୍ସର ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଚଢଉ କରାଯାଇଥିଲା।






More Stories
ପ୍ରବଳ ବର୍ଷାର ସମ୍ଭାବନା…..
ଆଉ ଜଣେ IPS ଦେଲେ ଇସ୍ତଫା…..
କ୍ରାଇମ ବ୍ରାଞ୍ଚରେ ଏଫ୍ଆଇଆର୍ ହେବ:ମୁଖ୍ୟମନ୍ତ୍ରୀ…..