ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଚାଲିବ | ୯ ତାରିଖରେ ମନୋନୟନ ପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ ଏବଂ ମାର୍ଚ୍ଚ ୨୬ରେ ଫଳାଫଳ ପ୍ରକାଶ ପାଇବ । ତେବେ ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ । ମେୟର/ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ଇଭିଏମରେ ହେବ ଭୋଟ ଗଣତି । ପୌର ନିର୍ବାଚନରେ ପ୍ରତି ବୁଥରେ ୨ଟି ଇଭିଏମ ରଖାଯିବ । ଗୋଟିଏ ଇଭିଏମରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇହେବ । ୨ୟ ଇଭିଏମରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦେଇହେବ ।’ ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ ଓ ୮ରେ ଡେପୁଟୀ ମେୟର ପାଇଁ ନିର୍ବାଚନ ହେବ । ୧୦୬ ଏନଏସି/ମ୍ୟୁନିସିପାଲଟି, ୩ଟି ମହାନଗରରେ ନିର୍ବାଚନ ହେବ । ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବନି ।ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସାରିବାକୁ ନିର୍ବାଚନ କମିଶନ ଗୁରୁତ୍ୱ ଦେଇଛନ୍ତି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..