Report Card Odisha

| Daily Odia News

ପୁର୍ବତନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଥା ଲେଖକ ଶରତ ଚନ୍ଦ୍ର ମିଶ୍ରଙ୍କ ଉପନ୍ୟାସ ପ୍ରବାସୀ ଲୋକାର୍ପିତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

୧୯୪୭ ମସିହା ଦେଶ ବିଭାଜନର କରାଳ ବିଭିଷିକା ଭିତରେ ଦେଶ ବାହାରେ ରହିଯାଇଥିବା ଓଡିଆ ପରିବାରର ଦୁଃଖ ଓ ସୁଖର ଜୀବନ୍ତ କାହାଣୀକୁ ନେଇ ପୁର୍ବତନ ରାଜ୍ୟ ପୋଲିସ୍‍ ମହାନିର୍ଦ୍ଦେଶକ, ବରିଷ୍ଠ ପ୍ରଶାସକ ତଥା ସେତେବେଳର ବାଂଲାଦେଶ ରାଜଧାନୀ ଢାକାଠାରେ ଥିବା ଭାରତୀୟ ଦୁତାବାସର କାଉନ୍‍ସିଲର ପଦବୀରେ ଅଧିଷ୍ଠିତ ଥିବା ଯଶସ୍ୱୀ ଲେଖକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ର ତାଙ୍କ ବାଂଲାଦେଶର ସିଲେଟ ଜିଲ୍ଲା ଗସ୍ତ ସମୟର କାହାଣୀକୁ ନେଇ ରଚିତ ଉପନ୍ୟାସ “ପ୍ରବାସୀ” ଲୋକାର୍ପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଲୋକସେବକ ମଣ୍ଡଳ ଓଡିଶା ଶାଖାର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ରଥଙ୍କ ସଭାପତିତ୍ୱରେ ଭୁବନେଶ୍ୱର ୟୂନିଟ୍‌-୮ ସ୍ଥିତ ଡି. ଏ. ଭି. ସ୍କୁଲ୍‍ ଅଫ୍‍ ବିଜିନେସ୍‍ ମ୍ୟାନେଜ୍‍ମେଣ୍ଟ୍‍ (ଊଝଈଗ) ର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶାରଳା ସାହିତ୍ୟ ସଂସଦର ସଭାପତି ତଥା ପ୍ରତିଷ୍ଠାତା ଇଂ. ପ୍ରଭାକର ସ୍ୱାଇଁ, ବିଶିଷ୍ଟ କଥାକାର ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ ତଥା ପୁସ୍ତକର ପ୍ରକାଶକ ସୁଧନ୍ୟା ପ୍ରକାଶନର ପରିଚାଳକ ଶ୍ରୀଯୁକ୍ତ ଲଳିତ ମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ରୁପେ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚନ କରି ଏହା ଉପରେ ସମୀକ୍ଷା କରିଥିଲେ । ଏହି ଅବସରରେ ବରିଷ୍ଠ ସାହିତ୍ୟିକ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ନବକିଶୋର ମିଶ୍ରଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡି.ଏ. ଭି. ଅନୁଷ୍ଠାନ ସମୁହର ଆଂଚଳିକ ନିର୍ଦ୍ଦେଶକ ଡଃ. କେଶବ ଚନ୍ଦ୍ର ଶତପଥୀ, ସହ-ନିର୍ଦ୍ଦେଶକ ଡଃ.ସୁଜାତା, ବରିଷ୍ଠ ପ୍ରଶାସକ ଶ୍ରୀ ମଦନ ମୋହନ ପଣ୍ଡା, ଶ୍ରୀ ନିହାର ରଞ୍ଜନ ହୋତା, ଅମରେନ୍ଦ୍ର ନାଥ ମିଶ୍ର, ଅରୁଣ କୁମାର ରଥ, ଦେବୀ ପ୍ରଶନ୍ନ ପଟ୍ଟନାୟକ ଓ ବିଶିଷ୍ଠ ସାହିତ୍ୟିକା ମାନସୀ ଦାସ, ଲେଖକଙ୍କ ଧର୍ମପତ୍ନୀ ତଥା ଗୁରୁମା ଶ୍ରୀମତୀ ପ୍ରତିଭା ମିଶ୍ର ଓ ବିଭିନ୍ନ ଡି.ଏ. ଭି. ଅନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟକ୍ଷା, ବରିଷ୍ଠ ଲେଖକ, କଥାକାର ଏବଂ ସ୍ତମ୍ଭକାର ଉପସ୍ଥିତ ଥିଲେ । ପ୍ରକାଶଥାଉକି, ଏଥିପୁର୍ବରୁ, ଶ୍ରୀଯୁକ୍ତ ମିଶ୍ର ଓଡିଆ ଏବଂ ଇଂରାଜୀ ଭାଷାରେ ଅନେକ ଉପନ୍ୟାସ, ଆତ୍ମଜୀବନୀ, ଭ୍ରମଣ କାହାଣୀ, ପୁସ୍ତକ ସମୀକ୍ଷା ତଥା ଗଳ୍ପ ପ୍ରମୁଖ ରଚନା କରିଛନ୍ତି । ଏଥିମଧ୍ୟରୁ, ସ୍ୱପ୍ନର ଆମେରିକା, ସୁନାର ବାଂଲା, କଳାହାଣ୍ଡି ଓ ଇନ୍ଦ୍ରଦେବତା, ମାନ ଅଭିମାନ, ମୃଗତୃଷ୍ଣାର ଛାଇ ପ୍ରମୁଖ ଅନ୍ୟତମ । ସାଧାରଣ ଲୋକଙ୍କ ଭାଷା ଓ ପରିଭାଷାକୁ ନେଇ ରଚିତ ପୁସ୍ତକ ବେଶ୍‍ ଆଦୃତ ହେବ ବୋଲି ଉପସ୍ଥିତ ବୁଦ୍ଧିଜୀବି ମତବ୍ୟକ୍ତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ଡି.ଏନ୍‍. ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା ।

 

Breaking News