Report Card Odisha

| Daily Odia News

ଗୋଟିଏ ନମ୍ୱରରୁ ୬ ଜଣ କରିପାରିବେ ଟିକା ପାଇଁ ପଞ୍ଜିକରଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ପ୍ରତିଦିନ କରୋନାର ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। କରୋନା ବିରୁଦ୍ଧ ଲଢେଇରେ ଭ୍ୟାକ୍ସିକୁ ସବୁଠାରୁ ବଡ ଅସ୍ତ୍ର କୁହାଯାଉଛି। ଏହି ମଧ୍ୟରେ ଭାରତ ସରକାର ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ Co-WIN ଆପରେ କିଛିଟା ପରିବର୍ତ୍ତନ କରିଛନ୍ତି। Co-WIN ଆପରେ ଏଣିକି ଗୋଟିଏ ମୋବାଇଲ ନମ୍ୱରରୁ ୬ ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ କରାଯାଇ ପାରିବ। ଏହା ପୂର୍ବରୁ ଗୋଟିଏ ନମ୍ୱରରୁ ଚାରି ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ ହୋଇପାରୁଥିଲା । ସୂଚନାଯୋଗ୍ୟ, Co-WIN ପୋର୍ଟାଲରେ ପଞ୍ଜିକରଣ କରିବା ପାଇଁ ଗୋଟିଏ ମୋବାଇଲ ନମ୍ୱରର ଆବଶ୍ୟକତା ହୋଇଥାଏ। ଏହି ମୋବାଇଲ ନମ୍ୱରକୁ ଓଟିପି ଆସିଥାଏ। ଏହି ଓଟିପି ପରେ ୟୁଜର୍ସ ଲଗ ଇନ କରିପାରୁ ଥିଲେ। କିନ୍ତୁ ଯେଉଁ ଲୋକଙ୍କ ଘରେ ଗୋଟିଏ କିମ୍ୱା ଦୁଇଟି ଫୋନ ଅଛି ଏବଂ ପରିବାର ସଦସ୍ୟଙ୍କ ସଂଖ୍ୟା ଅଧିକ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଲୋକଙ୍କ ଏହି ଆବଶ୍ୟକତାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଦେଶରେ ଗତ ୨୪ ଘଣ୍ଟାରେ କରୋନା ଟିକାର ୭୦ ଲକ୍ଷରୁ ଅଧିକ ଡୋଜ ଲୋକଙ୍କୁ ଦିଆଯାଇଛି। ଏହାସହ ମୋଟ ଟିକାକରଣ ୧୬୦.୪୩ କୋଟିରୁ ଅଧିକ ହୋଇଛି।

Breaking News