Report Card Odisha

| Daily Odia News

ଏକୁଟିଆ ମହିଳା ବି ହୋଇ ପାରିବେ ମା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରତି ମହିଳାଙ୍କ ମା’ ହେବା ଆଶା ପୂରଣ ପାଇଁ ସରୋଗାସି ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ପାଲଟିଥାଏ। ତେବେ ଏହାର ସୁବିଧା କେବଳ ଦମ୍ପତିଙ୍କୁ ମିଳୁଥିଲା। ମାତ୍ର ଏବେ ଏହା ଏକୁଟିଆ ମହିଳା ଅବା ବିଧବା ମହିଳା ମା’ ହେବାର ସୁଯୋଗ ଲାଭ କରିପାରିବେ। ଏନେଇ ଭାରତ ସରକାର ସରୋଗାସି ଅଧିନିୟମ ୨୦୨୨ରେ ବଡ଼ ସଂଶୋଧନ କରିଛନ୍ତି। ଫଳରେ ଏବେ ସ୍ବାମୀ ନ ଥିବା ମହିଳା ମଧ୍ୟ ମା’ ହେବାର ଅଧିକାର ପାଇ ପାରିବେ। ସଂଶୋଧିତ ନିୟମ ଅନ୍ତର୍ଗତ ଦମ୍ପତିଙ୍କ ମଧ୍ୟରୁ କାହାର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ କିଛି ଅସୁବିଧା ହେବ ନାହିଁ। ଡୋନର ଗ୍ୟାମେଟର ବ୍ୟବହାର ଦ୍ବାରା ସେମାନଙ୍କର ସନ୍ତାନ ହୋଇ ପାରିବ। ଦମ୍ପତିଙ୍କ ମଧ୍ୟରୁ କେବଳ ଜଣେ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଥିଲେ ‌ସେମାନଙ୍କର ସନ୍ତାନ ସ୍ବପ୍ନ ପୂରଣ ହୋଇ ପାରିବ। ଯଦି ସ୍ତ୍ରୀ ସୁସ୍ଥ ଥିବେ ତେବେ ତାଙ୍କର ଡିମ୍ବାଣୁର ବ୍ୟବହାର କରାଯାଇ ପାରିବ। ଅନ୍ୟପକ୍ଷରେ ସ୍ବାମୀ ସୁସ୍ଥ ଥିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇ ପାରିବ। ମାତ୍ର ଏ କ୍ଷେତ୍ରରେ ସ୍ଥାନୀୟ ଜିଲ୍ଲା ମେଡିକାଲ ବୋର୍ଡର ଅନୁମତି ଅପରିହାର୍ଯ୍ୟ ହେବ। ମିଡ଼ିଆ ରିପୋର୍ଟ ଅନୁସାରେ ସରୋଗାସି ନିୟମର ସଂଶୋଧନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କରାଯାଇଛି। ‌ଶୀର୍ଷ କୋର୍ଟରେ ପିଟିସନ ଦାଖଲ କରାଯାଇଏହାର ଧାରା-୨କୁ ଚ୍ୟାଲେଞ୍ଜ କରାଯାଇଥିଲା। ଏହାର ପରିବର୍ତ୍ତନ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ବାରା ଏକୁଟିଆ ମହିଳା ଅବା ବିଧବା ମହିଳା ମା’ ହେବାର ସୁଯୋଗ ଲାଭ କରିପାରିବେ। ସରକାର ଏନେଇ ନିୟମ ପ୍ରଣୟନ କରିଛନ୍ତି। ତେବେ ଲିଭ ଇନରେ ରହୁଥିବା ଲୋକଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ।

Breaking News