Report Card Odisha

| Daily Odia News

ଆଜି ବିରୋଧୀଙ୍କୁ ସାମ୍ନା କରିବେ ଋଷି ସୁନକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ପାର୍ଲିଆ ମେଣ୍ଟରେ ବିରୋଧୀଙ୍କୁ ସାମ୍ନା କରିବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକ | ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଗତକାଲି କ୍ଷମତାସୀନ କଂଜରଭେଟିଭ୍‌ ଦଳର ନେତା ନିର୍ବାଚିତ ହୋଇଥିବା ସୁନକ ବଙ୍କିଂହାମ ପ୍ୟାଲେସରେ ପହଞ୍ଚି ରାଜା ଚାର୍ଲସଙ୍କୁ ଭେଟିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଏବଂ ପେନି ମୋର୍ଡାଣ୍ଟ କଂଜରଭେଟିଭ୍‌ ନେତା ପଦ ପାଇଁ ଦୌଡ଼ରୁ ଓହରିଯିବା ପରେ ୪୨ ବର୍ଷୀୟ ଋଷି ସୁନକ ବିନା ପ୍ରତିଦ୍ବନ୍ଦ୍ବିତାରେ ଦଳର ନେତା ନିର୍ବାଚିତ ହୋଇଥିଲେ। ଦଳର ୩୭୫ ସାଂସଦଙ୍କ ମଧ୍ୟରୁ ତାଙ୍କୁ ୫୦ ପ୍ରତିଶତରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା। ସେ ହେଉଛନ୍ତି ବ୍ରିଟେନର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ |

Breaking News