ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖୁବଶୀଘ୍ର ପ୍ରକାଶ ପାଇବ ଜାତୀୟ ଯୋଗ୍ୟତା NEET ପରୀକ୍ଷା ଫଳ। ଚାଳିତଥର ପରୀକ୍ଷା ଦେଇଛନ୍ତି ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଫଳାଫଳ ଯେକୌଣସି ସମୟରେ ପ୍ରକାଶ କରାଯିବ ବୋଲି ଆଶା ରଖିଛି ଜାତୀୟ ପରୀକ୍ଷା ଏଜେନ୍ସି, NTA । NEET 2021 ଡାକ୍ତରୀ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ – neet.nta.nic.in ଏବଂ ntaresults.nic.in ଉପରେ ନଜରବେ କୌଣସି ବି ସମୟରେ ରେଜଲ୍ଟ ପ୍ରକାଶ ପାଇପାରେ। ରିପୋର୍ଟ ଅନୁଯାୟୀ, ଦିୱାଲୀ ପୂର୍ବରୁ NTA NEET ରେଜଲ୍ଟ 2021 ଘୋଷଣା କରିବାର ସମ୍ଭାବନା ରହିଛି । ତେବେ କୌଣସି ଅଫିସିଆଲ୍ ଅପଡେଟକୁ ଅପେକ୍ଷା କରାଯାଇଛି । NEET (UG) 2021 ର ଫଳାଫଳକୁ ସେମାନଙ୍କର ଯୋଗ୍ୟତା ମାନଦଣ୍ଡ / ଅନ୍ୟାନ୍ୟ ନିୟମ / ପ୍ରଯୁଜ୍ୟ ନିୟମାବଳୀ / ନିର୍ଦ୍ଦେଶାବଳୀ / ନିୟମ ଅନୁଯାୟୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ବ୍ୟବହାର କରାଯାଇପାରେ । ସେହିପରି, NEET 2021 ଫଳାଫଳ ତଥ୍ୟ BVSc & AH ପାଠ୍ୟକ୍ରମରେ ସ୍ୱୀକୃତିପ୍ରାପ୍ତ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରେ VCI ର 15% କୋଟା ଅନ୍ତର୍ଗତ ଆଡମିଶନ ପାଇଁ ଦରକାର ହୋଇପାରେ। ତଥାପି, ଫଳାଫଳର ଉକ୍ତ ତଥ୍ୟ ହାସଲ କରିବାକୁ ପରିଷଦକୁ DGHS, MoHFW ର MCC ନିକଟକୁ ଯିବାକୁ ପଡିବ ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..