ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ୟାପଟେନ ଅମରିନ୍ଦର ସିଂ ଖୁବ୍ ଶୀଘ୍ର ଏକ ନୂତନ ଦଳ ଘୋଷଣା କରିପାରନ୍ତି। ପଞ୍ଜାବ କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତାଫା ଦେଇଥିଲେ | ଏହାପରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବାନେଇ ଚର୍ଚ୍ଚା ଜୋର ଧରିଥିଲା | କିନ୍ତୁ ଏବେ ସୂଚନା ମିଳୁଛିକି କ୍ୟାପଟେନ ଅମରିନ୍ଦର ସିଂ ଖୁବ୍ ଶୀଘ୍ର ଏକ ନୂତନ ଦଳ ଘୋଷଣା କରିପାରନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଚାଲିଥିବା ରାଜନୈତିକ କଳହ ମଧ୍ୟରେ, କ୍ୟାପ୍ଟେନ୍ ଅମରିନ୍ଦର ସିଂ ଆଗାମୀ ୧୫ ଦିନ ମଧ୍ୟରେ ଏକ ନୂତନ ରାଜନୈତିକ ଦଳ ଗଠନ କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ। ତାଙ୍କ ସମ୍ପର୍କରେ ଅନେକ କଂଗ୍ରେସ ନେତା ଅଛନ୍ତି ବୋଲି କୁହାଯାଉଛି। ଯେଉଁମାନେ ତାଙ୍କ ପରି କଂଗ୍ରେସ ହାଇକମାଣ୍ଡ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରୁଛନ୍ତି। ଅମରିନ୍ଦର ସିଂ ମଧ୍ୟ ପଞ୍ଜାବର କିଛି କୃଷକ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି। ଉଲ୍ଲେଖ ଥାଉ କି, ବୁଧବାର ଦିନ ଅମରିନ୍ଦର ସିଂ ଅମିତ ଶାହାଙ୍କୁ ଭେଟିଥିଲେ ଯାହା ପରେ ତାଙ୍କ ବିଜେପିରେ ମିଶିବା ନେଇ କଳ୍ପନା ଜଳ୍ପନା ଚାଲିଥିଲା।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..