Report Card Odisha

| Daily Odia News

ନୂଆ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ନୂଆ ଢାଞ୍ଚାରେ ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ଼ ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ନିଆଯାଇ | ମଙ୍ଗଳବାରଠାରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ଦଶମ ଶ୍ରେଣୀର ପ୍ରଥମ ଫର୍ମାଟିଭ ଆସେସମେଣ୍ଟ ପରୀକ୍ଷା କିପରି କରାଯିବ ସେନେଇ ବିଭିନ୍ନ ଜିଲ୍ଲାରୁ ଆସିଥବା ୯୬ ଜଣ ମାଷ୍ଟର ଟ୍ରେନରଙ୍କୁ ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ଟ୍ରେନିଂ ଦିଆଯାଇଛି । ଏହି ଶିକ୍ଷକମାନେ ନିଜ ନିଜ ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ତାଲିମ ପ୍ରଦାନ କରିବେ । ତେବେ ଏହି ନୂଆ ବ୍ୟବସ୍ଥା ଏବଂ ତାଲିମ ଶିବିର ବେଶ ଉପାଦେୟ ହେଉଥିବା ମାଷ୍ଟର ଟ୍ରେନରମାନେ କହିଛନ୍ତି । ସେପଟେ ନୂଆ ପରୀକ୍ଷା ବ୍ୟବସ୍ଥା ପରୀକ୍ଷାର୍ଥୀଙ୍କ ମେଧା ବୃଦ୍ଧିରେ ସହାୟକ ହେବ ବୋଲି କହିଛି ବୋର୍ଡ । ଚଳିତମାସ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ଦଶମ ଶ୍ରେଣୀର ଫର୍ମାଟିଭ ଆସେସମେଣ୍ଟର ପ୍ରଥମ ପରୀକ୍ଷା । ଅନ୍ୟପକ୍ଷେ ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି, ପରୀକ୍ଷା CCE ବା comprehenship Continious Evalution ଅନୁସାରେ କରାଯିବ। ୯ମ ଓ ୧୦ରେ ଏପରି ଢାଞ୍ଚାରେ ପରୀକ୍ଷା କରାଯିବ। ପ୍ରଥମ ଭାଗରେ ୨ଟି ଫର୍ମାଟିଭ ପରୀକ୍ଷା ଓ ଗୋଟିଏ ସମାଟିଭ କରାଯିବ। ସେହିପରି ୨ୟ ଭାଗରେ ୨ଟି ଫର୍ମାଟିଭ ପରୀକ୍ଷା ଓ ଗୋଟିଏ ସମାଟିଭ କରାଯିବ। ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ନୂଆ ଢାଞ୍ଚାରେ ଏହି ବର୍ଷରୁ ଲାଗୁ କରୁଛୁ। ଏହା ୯ମ ଓ ୧୦ ଶ୍ରେଣୀରେ ଲାଗୁ କରାଯିବ। ଏହାର ପ୍ରଥମ ଫର୍ମାଟିଭ ଆସେସମେଣ୍ଟ ପରୀକ୍ଷା ସେପ୍ଟେମ୍ବରରେ କରାଯିବ। ତେଣୁ ଶିକ୍ଷକଙ୍କୁ ସଚେତନ କରାଇବା ପାଇଁ ଶିକ୍ଷକଙ୍କ ତିନିଦିନିଆ କର୍ମଶାଳାର ଆୟୋଜନ କରାଯାଇଛି।

 

Breaking News