ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ହେଉଛି ନୂଆଁଖାଇ। ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ। ବର୍ଷକ ବାରମାସରେ ତେର ପର୍ବ | ଜଗନ୍ନାଥ ସଁସକୃତିରେ ଅନେକ କୃଷି ଭିତ୍ତିକ ପର୍ବ ରହିଛି | ଏହା ଭିତରେ ରଜ ଏବଂ ନୂଆଁଖାଇ ହେଉଛି କୃଷି ଭିତ୍ତିକ ଗଣପର୍ବ | ବିଶେଷକରି ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ଭାଇଚାରାର ପର୍ବ | ପ୍ରତେକ ବର୍ଷ ଗଣେଶ ପୂଜାର ପରଦିନ ଅର୍ଥାତ ଭାଦ୍ରବ ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ କରାଯାଏ | ଇଷ୍ଟଦେବୀ ମା’ ସମଲେଇଙ୍କଠାରେ ନବାନ୍ନ ଲାଗି ହେଲା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରନ୍ତି। ଆଜି ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେବ । ଏହାପରେ ପଶ୍ଚିମ ଓଡିଶାବାସୀ ନୂଆଁଖାଇ ପାଳିବେ । ବଡମାନଙ୍କୁ ସାନମାନେ ଜୁହାର ହେବେ | ଏକାଠି ମିଶି ଖାଇବେ |






More Stories
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..