Report Card Odisha

| Daily Odia News

ଆଜି ନୂଆଁଖାଇ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହୋଇଛି। ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ପରେ ଘରେ ଘରେ ଲୋକେ ନୂଆ ଖାଇବେ। ବଡମାନଙ୍କୁ ସାନମାନେ ମୁଣ୍ଡିଆ ମରିଥାନ୍ତି | ନୂଆଁଖାଇରେ ଏହି ପରମ୍ପରା ରହିଛି | ପୂର୍ବ ଦିନରୁ ସଂଗୃହୀତ ଧାନରୁ ନବାନ୍ନ ପ୍ରସ୍ତୁତ କରାଯାଇ ଇଷ୍ଟଦେବଦେବୀଙ୍କୁ ଅର୍ପଣ କରାଯାଏ। ପରେ ସମସ୍ତେ ତାକୁ ଏକତ୍ର ହୋଇ ଗ୍ରହଣ କରନ୍ତି। ନୂଆଁଖାଇ ଦିନ ଚାଷୀ ଭୋରବେଳା ଚାଷ କ୍ଷେତକୁ ଯାଇ ଧାନଗଛକୁ ଦୀପ, ଧୂପ ଦେଇ ପୂଜାର୍ଚ୍ଚନା କରନ୍ତି, ଖିରରେ ଧୁଅନ୍ତି। ଫସଲ ଭଲ ହେଉ, ଏହି କଥା ମନାସିଥା’ନ୍ତି। ଏହି ପର୍ବରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖେ ଧାନକ୍ଷେତରୁ ପ୍ରଥମ ଶସ୍ୟ ଆଣି ଅର୍ପଣ କରାଯାଏ। ପଶ୍ଚିମ ଓଡ଼ିଶାର ପର୍ବ ଅବସରରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେତାଳେ ନୃତ୍ୟଗୀତ କାର୍ଯ୍ୟକ୍ରମର ଆସର ଜମିଥାଏ |

 

 

 

Breaking News