ରିପୋର୍ଟ କାର୍ଡ / ନୂଆପଡ଼ା
ସୁନାବେଡା ଅଭୟାରଣ୍ୟ ନିକଟ କଟିଙ୍ଗପାଣି ଗାଁରେ ପୁଣି ଏକ କଲରାପତରିଆ ବାଘ ଓ ତାର ଦୁଇଟି ଛୁଆକୁ ଦେଖିବାକୁ ମିଳିଛି। ଏହି ତିନିଜଣଙ୍କୁ ଦେଖିଥିବା ନୂଆପଡ଼ା ବ୍ଲକ୍ ଧରମବନ୍ଧା ଥାନା କଟିଙ୍ଗପାଣି ଗ୍ରାମବାସୀ କହିଛନ୍ତି। ଗତକାଲି ରାତିରେ କେତେକ ଚାଷୀ ସେମାନଙ୍କ ଧାନ ଧରି ମଣ୍ଡିକୁ ଯାଉଥିବା ବେଳେ ଏକ ବାଘ ଓ ତାର ଦୁଇଟି ଛୁଆକୁ ଦେଖିବାକୁ ପାଇଥିଲେ। ସେମାନେ ଏହାର ଭିଡିଓ ମଧ୍ୟ ସୁଟ୍ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ କଟିଙ୍ଗପାଣି ଗ୍ରାମରେ ଭୟର ବାତାବରଣ ଦେଖିବିବାକୁ ମିଳିଛି |ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ନୂଆପଡ଼ା ଜିଲ୍ଲାରେ ଉତ୍ପାତ ଚଳାଇଥିବା ଅନ୍ୟ ଏକ ବାଘ କୋଦୋପାଲି ଗାଁକୁ ଆସିଥିଲା ବେଳେ ଧରାପଡ଼ିଥିଲା।






More Stories
ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬….
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..
ମାଆ ହତ୍ୟାର ଗୁମର ଖୋଲିଲା ପୁଅ…..