Report Card Odisha

| Daily Odia News

ଟ୍ରେନଲାଇନରେ କଟି ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ….

ରିପୋର୍ଟ କାର୍ଡ / ନୂଆପଡ଼ା

ନୂଆପଡ଼ା ରେଳଷ୍ଟସନର ରେଳ ସିଗନାଲ୍ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସିଗନାଲ୍ ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ଅନୁପ ରଏ ସିଗନାଲ ଯନ୍ତ୍ରୀ ଙ୍କର ମୃତ୍ୟୁ ହୋଇଛି | ସେ ରଙ୍ଗବତୀ ଟ୍ରେନ ଯୋଗେ ନୂଆପଡ଼ା ରେଳ ଷ୍ଟେସନ ରାତ୍ରି ୧୦ଟା ବେଳେ ପହଞ୍ଚିଥିଲେ। ସିଗନାଲ ମରାମତି କାମ ସାରି ବିଲମ୍ବିତ ରାତ୍ରିରେ ନୂଆପଡ଼ା ରେଳ ଷ୍ଟେସନରୁ ଲଖନା ଅଭିମୁଖେ ଏକ ମାଲବାହୀ ଟ୍ରେନରେ ଫେରିଥିଲେ | ଲଖନା ଷ୍ଟେସନରେ ପହଞ୍ଚି ନିଜ ଷ୍ଟାଫଘରକୁ ଯିବା ସମୟରେ ରେଳଲାଇନ ପାର ହେଉଥିବା ସମୟରେ ରେଳଲାଇନରେ ଗୋଡ଼ ଫସି ଯାଇଥିବା ଗୋଡ଼କୁ ରେଳଲାଇନ ରୁ ବାହାର କରି ପାରିନଥିଲେ। କିନ୍ତୁ ଟ୍ରେନଟି ଅନୁପଙ୍କୁ ଶକ୍ତ ଧକ୍କା ଦେବାରୁ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟ ଘଟିଥିଲା। ଅନୁପ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଧୋବୀ ପଡ଼ାର ବୋଲି ଜଣାପଡିଛି। ସେଭଳି ଅନୁପଙ୍କ ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇଛି। ବାପାଙ୍କ ଚାକରି ସ୍ଥାନରେ ମୃତ ଯୁବକ ଅନୁପ ରଏ ସିଗନାଲ୍ ଡିପାର୍ଟମେଣ୍ଟରେ ନିୟୋଜିତ ଥିଲେ।

Breaking News