ରିପୋର୍ଟ କାର୍ଡ / ନୂଆପଡା
ସୁନାବେଡା ଅଭୟାରଣ୍ୟର ଗଡଗଡା ଅଞ୍ଚଳରେ ପୁଣି ବାଘ ଦେଖିବାକୁ ମିଳିଛି । ଜିଲ୍ଲା ଉଦ୍ୟାନ ବିଭାଗର କର୍ମଚାରୀ ସୁନାବେଡାର ଏକ ତାଲିମ ଶିବିରକୁ ଯାଇ ଫେରୁଥିବାବେଳେ ସେମାନଙ୍କ କ୍ୟାମେରାରେ ବାଘଟି କଏଦ୍ ହୋଇଛି । ଦାଥୁନାମା ସେକ୍ସନର ପାଟଦରହା PRFର ଗଡ଼ଗଡା ଗାଁ ନିକଟରେ ଏହି ବାଘକୁ ଦେଖିବାକୁ ମିଳିଥିଲା। ବାଘଟି ଗାଡି ସାମ୍ନାକୁ ଆସିବା ସହ କିଛି ସମୟ ପରେ ଜଙ୍ଗଲକୁ ଚାଲିଯାଇଥିଲା। ଏହା ଏକ କଲରାପତରିଆ ବାଘ ବୋଲି ଅଭୟାରଣ୍ୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ କିଛି ଦିନ ପୂର୍ବରୁ ଗଜପତି ଜିଲ୍ଲାରେ ମଧ୍ୟ ବାଘ ବୁଲୁଥିବା ଦେଖାଯାଇଥିଲା । ମୋହନା ବ୍ଲକ ମଳାସପଦର ପଞ୍ଚାୟତରେ ବାଘକୁ ନେଇ ଲୋକେ ଭୟଭୀତ ଥିଲେ ।






More Stories
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..