ରିପୋର୍ଟ କାର୍ଡ / ନୂଆପଡ଼ା
ଗୋଲାପ ଫୁଲ ପାଖୁଡ଼ାରେ ଲେଖା ହେଇଛି I LOVE U। ରାସ୍ତା ଉପରେ ଗୋଲାପ ଫୁଲ ପାଖୁଡ଼ାରେ ଆଇ ଲଭ୍ ୟୁ ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ରାସ୍ତାକଡ଼ରେ ଥିବା ଏକ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜେପୁର କୁସମାଲ ରାସ୍ତା କଡ଼ରେ। ମୃତ ଯୁବକଙ୍କ ଜଣଙ୍କ ହେଲେ ମନୋହର ତାଣ୍ଡିଙ୍କ ପୁଅ ପଦ୍ମ ଚରଣ ତାଣ୍ଡି। ତାଙ୍କ ଘର ଖଡ଼ିଆଳ ବ୍ଲକ ନିକଟସ୍ଥ ଝିତ୍ରିଝୋଡ଼ ଗାଁରେ। ଆଜି ସକାଳେ ମନୋହରଙ୍କ ମୃତଦେହ ରାସ୍ତାକଡ଼ରେ ଥିବା ନିମ୍ବ ଗଛରେ ଝୁଲିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତାଙ୍କ ମୃତଦେହ ନିକଟରେ ତଥା ରାସ୍ତା ଉପରେ ଗୋଲାପ ଫୁଲ ଓ ଅନ୍ୟ ଫୁଲରେ ଆଇ ଲଭ୍ ୟୁ ଲେଖି ଯାଇଥିଲା। ଏନେଇ ସ୍ଥାନୀୟ ଲୋକ ପୋଲିସ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ପୁଅ ଆତ୍ମହତ୍ୟା କରି ନଥିବା ମନୋହରଙ୍କ ପରିବାର ଲୋକ କହିଛନ୍ତି। ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..