ରିପୋର୍ଟ କାର୍ଡ / ନୂଆପଡ଼ା
ନୂଆପଡ଼ାରେ ପୁଣି ଲାଲବାହିନି ଘଟାଇଛି ହିଂସାତ୍ମକ କାଣ୍ଡ। ସଦର ଥାନା ଅନ୍ତର୍ଗତ ଗୋଳାବନ୍ଧ ନାକାପଡ଼ାରେ ବୋମାମାଡ଼ କରି ବିଟ୍ ହାଉସ୍ ଓ ଜେସିବି ମେସିନ୍ ଜାଳି ଦେଇଛନ୍ତି । ଗୋଟିଏ ଘରେ ଲାଗିଛି ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ। ଏହାଫଳରେ ବିଟ୍ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେମାନେ ଜେସିବି ମେସିନ୍ ଜାଳି ଦେଇଥିଲେ। ତାପରେ ମାଓବାଦୀମାନେ ଲାଲେଶ୍ବର ପାଣ୍ଡେଙ୍କ ଘରେ ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍ ଲଗାଇ ଚାଲିଯାଇଥିଲେ। ନୂଆପଡ଼ାରୁ ମାତ୍ର ୧୨ କିଲୋମିଟର ଦୂର ଏହି ଗାଁରେ ରିପୋର୍ଟ ଲେଖାଯିବା ଯାଏ ପୋଲିସ ପହଞ୍ଚି ନଥିବା ଜଣାଯାଇଛି। ଏଣେଏଭଳି ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାଯାଇଛି।






More Stories
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..