Report Card Odisha

| Daily Odia News

ନୂଆପଡ଼ା ଉପନିର୍ବାଚନ:ଆଜି ପ୍ରକାଶ ପାଇବ ଭୋଟର ତାଲିକା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଅର୍ଥାତ୍‌ ସୋମବାରଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ସମୟସୀମା ରହିଛି। ଅକ୍ଟୋବର ୭ ତାରିଖରେ ଦାବି ଓ ଆପତ୍ତି ନିଷ୍ପତ୍ତି ସରିବ। ଅକ୍ଟୋବର ୯ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ। ଭାରତ ନିର୍ବାଚନ ଆୟୋଗ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ ଆଇନ ୧୯୫୦ର ଧାରା ୨୧ ଅନୁଯାୟୀ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ନିମ୍ନଲିଖିତ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଅଛି:ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ / ପରିବର୍ତ୍ତନ ୧୪.୯.୨୦୨୫ ସୁଦ୍ଧା(ରବିବାର)। ସମନ୍ବିତ ଚିଠା ଭୋଟର ତାଲିକା ପ୍ରକାଶନ ତାରିଖ ୧୫.୦୯. ୨୦୨୫(ସୋମବାର)। ଦାବି ଏବଂ ଆପତ୍ତି ଦାଖଲ କରିବାର ଅବଧି ୧୫.୦୯.୨୦୨୫ (ସୋମବାର)ରୁ ୨୯.୦୯.୨୦୨୫(ସୋମବାର)। ଦାବି ଏବଂ ଆପତ୍ତିର ସମାଧାନ ୭.୧୦.୨୦୨୫ ସୁଦ୍ଧା(ମଙ୍ଗଳବାର) ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ତାରିଖ ୯.୧୦.୨୦୨୫ ରହିଛି।

Breaking News