Report Card Odisha

| Daily Odia News

ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ନୂତନ IIC ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝିଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି । ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉ ମ ସମନ୍ୱୟ ରକ୍ଷା କରିବାର ଲକ୍ଷ୍ୟ ନେଇ ସଂଘର ଏହି ପ୍ରୟାସରେ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସାଧାରଣ ସଂପାଦକ ତଥା ଯୁବ ସମାଜସେବୀ ବିଶ୍ୱଜତ୍ ପଟ୍ଟନାୟକ , ସଂଘର ଅନ୍ୟାନ୍ୟ ସଭ୍ୟଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ଏବଂ ସଂଘର ସ୍ମରଣିକା ପ୍ରଦାନ କରି ସମ୍ବର୍ଦ୍ଧିତ କରବା ସହ ଅଂଚଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ସଂଘର ୨୭ ବର୍ଷର କାର୍ଯ୍ୟକ୍ରମ, ଆଇନ୍ ଶୃଙ୍ଖଳା ପରିସ୍ଥିତି, ପୋଲିସ ପ୍ରସାଶନ ତରଫରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀର ଅବଦାନ, ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା, ବରିଷ୍ଠ ନାଗରିକ ତଥା ମହିଳାମାନଙ୍କ ସୁରକ୍ଷା ଇତ୍ୟାଦି ବିଷୟରେ ଆଲୋଚନା କରାଯିବା ସହ ଏକ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ମଧ୍ୟରେ ସଂଘର ସଭ୍ୟମାନେ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ତଥା କର୍ମଚାରୀମାନଙ୍କ ସହିତ ବିଭିନ୍ନ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ । ଏଥିସହିତ ଅଞ୍ଚଳରେ ଏକ ଆନୁଷ୍ଠାନିକ ସମ୍ବର୍ଦ୍ଧନା ଉତ୍ସବ କରାଯିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ସରକାରଙ୍କ କୋଭିଡ୍‌-୧୯ ନିୟମାବଳୀକୁ ପାଳନ କରି ଅ ଳର କିଛି ବୁଦ୍ଧିଜୀବି, ବରିଷ୍ଠ ନାଗରିକ ତଥା ସଂଘର ସଭ୍ୟ ସର୍ବଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ପୋଲିସ ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଆଗମୀ ଦିନରେ ଅ ଳର ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ପାଇଁ ସହଯୋଗ କାମନା କରିଥିଲେ ।

Breaking News