ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର ନବ ନିଯୁକ୍ତ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରାଯାଇଛି । ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକଙ୍କୁ ନେଇ ଏକ ପ୍ରତିନିଧି ଦଳ ଶ୍ରୀଯୁକ୍ତ ରାଉଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଉ ରୀୟ, ପୁଷ୍ପଗୁଚ୍ଛ ଓ ସଂଘର ସ୍ମରଣିକା ପ୍ରଦାନ ସହିତ ସମ୍ବର୍ଦ୍ଧିତ କରି ତାଙ୍କର ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜ୍ଞାପନ କରିବା ସହ ଏକ ସୁନ୍ଦର ତଥା ଗଠନ ମୂଳକ କାର୍ଯ୍ୟଅବଧି କାମନା କରିଥିଲେ । ଏହି ଅବସରରେ ସଂଘର ଦୀର୍ଘ ୨୮ ବର୍ଷର ଯାତ୍ରାର ସଂକ୍ଷିପ୍ତ ବିବରଣୀ, ସାଂସ୍କୃତିକ ଓ ସମାଜିକ କାର୍ଯ୍ୟକ୍ରମ ବାବଦରେ ଶ୍ରୀ ରାଉଳଙ୍କୁ ଅବଗତ କରାଯିବା ସହ କୃଷି ଉପରେ ଅଧିକ ଗବେଷଣା, ଛାତ୍ର ଛାତ୍ରୀମାନଙ୍କୁ କୃଷି ଭିତ୍ତିକ ଶିକ୍ଷା ପାଇଁ ଅଧିକ ଆକର୍ଷିତ କରିବା ତଥା କୃଷି ଏବଂ ଚାଷ ଉପରେ ଯେମିତି କୃଷକବନ୍ଧୁ ମାନେ ଅଧିକ ଧ୍ୟାନ ଦେଇପାରିବେ ସେହି ଉପରେ କାର୍ଯ୍ୟ କରିବା ପାଇଁ ଅନୁରୋଧ କରାଯାଇଥିଲା । ରାଜ୍ୟରେ ବୈଷୟିକ କାର୍ଯ୍ୟଧାରା ସହ କୃଷିର ଉନ୍ନତିରେ ଏକ ଅତୁଳନୀୟ ଅବଦାନ ଦେଇଆସୁଥିବା ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟର ଭୂମିକାକୁ ଏହି ଅବସରରେ ଉଚ୍ଚ ପ୍ରଶଂସିତ କରାଯିବା ସହ ଏହାର ଉ ରେ ।ର ଉନ୍ନତି କାମନା କରାଯାଇଥିଲା । ସମ୍ବର୍ଦ୍ଧନା ତଥା ସୌଜନ୍ୟମୂଳକ ସାକ୍ଷାତ ଉ ରରେ ଶ୍ରୀ ରାଉଳ ସଂଘର କାର୍ଯ୍ୟକ୍ରମ ତଥା ଏହି ବିଚାରଧାରାକୁ ଉଚ୍ଚ ପ୍ରସଂଶା କରିବା ସହ ସଂଘର ଆହୁରି ଅଧିକ ସଫଳତା କାମନା କରି ଆଲୋଚ୍ୟ ବିଷୟବସ୍ତୁ ଉପରେ ନିଶ୍ଚିତ ରୂପେ ଧ୍ୟାନ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ସଂଘ ତରଫରୁ ଆବଶ୍ୟକ ସ୍ଥଳେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବାର ପ୍ରତିଶୃତି ଦିଆଯାଇଥିବା ବେଳେ ବିଶ୍ୱବିଦ୍ୟାଳୟ ତରଫରୁ ମଧ୍ୟ ସଂଘର ସହଯୋଗ କାମନା କରାଯାଇଥିଲା । ସଂଘର ଏହି ଆଭିମୁଖ୍ୟକୁ ଅ ଳର ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯାଇଛି ।






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..