Report Card Odisha

| Daily Odia News

ରୁଷ ବଦଳିଲା, ଆକ୍ରମଣ କରିବନି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀର୍ଘ ୨୩୨ ଦିନ ଯୁଦ୍ଧ ପରେ ରୁଷ ବଦଳିଲା | ୟୁକ୍ରେନ୍ ଉପରେ ଆଉ ଆକ୍ରମଣ କରିବନି ରୁଷ। ଏପରିକି ମିସାଇଲ୍ ମାଡ ମଧ୍ୟ ରୁଷ କରିନାହିଁ। କେବଳ ସେତିକି ନୁହେଁ ୟୁକ୍ରେନ୍ ଅଧିକାଂଶ ଅଞ୍ଚଳ କବ୍‌ଜା କରିବାକୁ ଆଉ ସେନାକୁ ମଧ୍ୟ ପଠାଯିବ ନାହିଁ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। କାଜାଖସ୍ଥାନର ରାଜଧାନୀ ଅସ୍ଥାନାଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ, ୟୁକ୍ରେନକୁ ଧ୍ୱଂସ କରିବା ତାଙ୍କର ଲକ୍ଷ୍ୟ ନୁହେଁ। ଆଗକୁ ୟୁକ୍ରେନ ଉପରେ ଅଧିକ ପରିମାଣର କ୍ଷେପଣାସ୍ତ୍ର ଆକ୍ରମଣ କରାଯିବ ନାହିଁ। ୟୁକ୍ରେନର ଆହୁରି ଅଧିକ ଅଂଚଳ ଅଧିକାର କରିବାକୁ ଅଧିକ ସଂଖ୍ୟକ ସୈନ୍ୟ ପଠାଯିବ ନାହିଁ । ପଶ୍ଚିମଦେଶଗୁଡ଼କର ସମର୍ଥକ ଦେଶଗୁଡ଼ିକୁ ନଷ୍ଟ କରିଦେବା କ୍ରେମିଲିନ୍‌ର ଉଦ୍ଦେଶ୍ୟ ନୁହେଁ। ତେବେ ୟୁକ୍ରେନ ଉପରେ ଆକ୍ରମଣ କରି ସେ ଠିକ କରିଛନ୍ତି ଓ ଏଥିପାଇଁ କୌଣସି ଅବଶୋଷ ନାହିଁ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ।

Breaking News