ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ପ୍ରଶାସନିକ ସେବା OAS ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି । ଗୁରୁବାର ୯ ଜଣ (ଓଏଏସ୍) ଅଫିସରଙ୍କ ବଦଳି କରାଯାଇଛି। ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ମହାନଗର ନିଗମ (ଏସ୍ଏମ୍ସି) କମିଶନର ଭାବେ ବଦଳି କରାଯାଇଛି। କୋରାପୁଟ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକଙ୍କୁ ଏସ୍ଏମ୍ସି କମିଶନର ଭାବେ ହୋଇଥିବା ବଦଳିକୁ ବାତିଲ କରି ଦିଆଯାଇଛି। ପ୍ରବୀରଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ସେହିପରି ସ୍ନିଗ୍ଧାରାଣୀ ଧଳଙ୍କୁ ଢେଙ୍କାନାଳ ଉପ-ଜିଲ୍ଲାପାଳ, ଅନିତା ପାତ୍ରଙ୍କୁ କଟକ ମହାନଗର ନିଗମ ଯୁଗ୍ମ କମିଶନର, ଜୟଶ୍ରୀ ମଲ୍ଲିକଙ୍କୁ ଚମ୍ପୁଆର ଆଇଡିଟିଏ ପିଏ, ସୁଶାନ୍ତ କୁମାର ପତିଙ୍କୁ ଅନୁଗୋଳ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ରଶ୍ମିରେଖା ଦାସଙ୍କୁ ପୁରୀ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ବୈତୁରା ଦୀପଙ୍କୁ ଅନୁଗୋଳ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଅତସୀ ଦାସଙ୍କୁ ଆଦିବାସୀ ଉନ୍ନୟନ ସମବାୟ ନିଗମରେ ନିଯୁକ୍ତି ପାଇଁ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗକୁ ଡେପୁଟେଶନରେ ପଠାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
More Stories
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ,୨୪ ଆହତ….
କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ…..
ଆଜି ଭୋଟ୍ ଦେଉଛି ଦିଲ୍ଲୀ,୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର…..