ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତଙ୍କୁ ମାଡ ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ସଂଘର ପ୍ରତିବାଦ ଜାରି ରହିଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଓଏଏସ ସଂଘ । ଫଳରେ ବିଭିନ୍ନ ସ୍ଥାନରେ ଅଫିସ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଘଟଣା ପଛରେ ମୁଖ୍ୟ ଥିବା କାର୍ପଟଦାରଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ । ଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ନନେଲେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ସଂଘ କହିଛି । ସେପଟେ ଆଜି ପୁଣି ବୈଠକ କରିଛନ୍ତି ବିଏମସି ମେୟର । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ତର୍ଜମା କରାଯାଉଛି ।






More Stories
ଓଡ଼ିଶାକୁ ମିଳିବ ବଡ଼ ଫାଇଦା…..
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..