Report Card Odisha

| Daily Odia News

ଓସିଏ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ତାରିଖ ଘୋଷଣା…..

ରିପୋର୍ଟ କାର୍ଡ / କଟକ

ଆସନ୍ତାକାଲି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ ପାଇଁ ନାମାଙ୍କପତ୍ର ଦାଖଲ ହେବ । ଏନେଇ ଆଶୀର୍ଵାଦ ବେହେରାଙ୍କ ପ୍ୟାନେଲରୁ ୩ ଜଣ ପାର୍ଥୀ ଚୂଡାନ୍ତ ହୋଇ ସାରିଛନ୍ତି । ସଭାପତି ପଦରେ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପ୍ରାର୍ଥୀ ଭାଵେ ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ପଦ ପାଇଁ ସଞ୍ଜୟ ବେହେରାଙ୍କ ନାଁ ସ୍ଥିର କରି ସାରିଛି ପ୍ୟାନେଲ । ତେବେ ଅନ୍ୟ ୩ ଟି ପଦ ରହିଛି ତାହାକୁ ନେଇ ଏବେବି ଛକାପଞ୍ଝା ଜାରି ରହିଛି। ଆସନ୍ତା ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ୨୩ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତେଣୁ ୨୨ତାରିଖରେ କେତେ ଜଣ ନିର୍ଦ୍ବନ୍ଦରେ ନିର୍ଵାଚିତ ହେଵେ ତାହା ସ୍ପଷ୍ଟ ଜଣାପଡିଵ । ଯଦି ବିରୋଧୀ ପାର୍ଥୀ ନାମାଙ୍କନ ନ ଭରନ୍ତି ତେବେ ପ୍ରଣଵ, ସଞ୍ଜୟ ଓ ପଙ୍କଜ ନିର୍ଦ୍ୱନ୍ଦ୍ବରେ ନିର୍ଵାଚିତ ହେଵେ । ଯଦି କୌଣସି ପଦ ପାଇଁ ଏକାଧିକ ପ୍ରାର୍ଥୀ ନାମାଙ୍କନ କରନ୍ତି ତେବେ ୨୮ରେ ଓସିଏ ନିର୍ବାଚନ ହେବ। ଏହି ନିର୍ଵାଚନରେ ମୋଟ ୭୩ ଜଣ ଭୋଟର ଅଛନ୍ତି ।

Breaking News