ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ପାଇଁ ଗାଇଡ୍ଲାଇନ୍ ଜାରି। ଲକ୍ଷ୍ମୀପୂଜା, କାଳୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏହି ସ୍ଵତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ଗାଇଡଲାଇନ୍ ଅନୁଯାୟୀ, ବିଏମସି ଅଧୀନରେ ଥିବା ପୂଜା କମିଟି ପୂଜା ପାଇଁ କମିଶନରେଟ୍ ପୋଲିସର ଅନୁମତି ନେବାକୁ ପଡିବ। ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା। ଘର ଭିତରେ ପୂଜା କରିବା ଭଳି ପେଣ୍ଡାଲରେ କେବଳ ରୀତିନୀତି ପାଳନ ହେବ। ମଣ୍ଡପ/ପେଣ୍ଡାଲର ୩ ପଟ ବନ୍ଦ ଏବଂ ସମ୍ମୁଖ ପଟ ପରଦା ରହିବ। ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ରୁ କମ ହେବା ସହ କୋଭିଡ୍ ନିୟମର କଡାକଡି ପାଳନ କରାଯିବ। ମଣ୍ଡପରେ ଏକ ସଙ୍ଗେ ସାତରୁ ଅଧିକ ଲୋକଙ୍କ ପ୍ରବେଶ ମନା। ସେହି ପରି ମୂର୍ତ୍ତି ବିସର୍ଜନ ବେଳେ ସର୍ବାଧିକ ୧୦ ଜଣ ସାମିଲ୍ ହୋଇ ପାରିବେ ନାହିଁ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି। ଏହା ବ୍ୟତୀତ କାର୍ତ୍ତିକ ମାସରେ ମନ୍ଦିର ଭିତରେ ହବିଷ୍ୟାଳୀଙ୍କୁ ପ୍ରବେଶ ମନା। ସେହି ପରି କାର୍ତ୍ତିକ ପୂର୍ଣ୍ଣିମା ଦିନ ବିନ୍ଦୁସାଗର ଏବଂ ଅନ୍ୟାନ୍ୟ ନଦୀ ଘାଟରେ ଗହଳି କରାଯାଇ ପାରିବ ନାହିଁ। ଏହା ପୂର୍ବରୁ ଟ୍ଵିନ୍ ସିଟିରେ ଦୂର୍ଗା ପୂଜା କରୋନା ଗାଇଡ୍ଲାଇନ୍ ହିସାବରେ ଆୟୋଜନ ହୋଇଛି।






More Stories
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..