ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ପ୍ରଦୂଷଣ ବେଳେ ଭିତରେ କଲବଲ ହେଉଛନ୍ତି ଦିଲ୍ଲୀବାସୀ | ସ୍ଥିତି ଏପରି ହୋଇଛି ଯେ, ରାସ୍ତାରେ ଗାଡିମଟର ଚଳାଚଳ କରିବା ମୁସକିଲ ହୋଇପଡିଛି। ଭଲଭାବେ ଦୃଶ୍ୟମାନ ହେଉନାହିଁ। ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଏବେ ପୁଣିଥରେ ଅଡ୍-ଇଭେନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଆସନ୍ତା ନଭେମ୍ବର ୧୩ ତାରୁଖରୁ ଦେଶର ରାଜଧାନୀ ଦିଲ୍ଲୀରେ ଅଡ୍-ଇଭେନ୍ ଲାଗୁ କରାଯିବ। ଏହା ୨୦ ନଭେମ୍ବର ଯାଏଁ ରହିବ। ଏହି ସମୟରେ ରାଜଧାନୀରେ ବିଏସ୍-୩ ପେଟ୍ରୋଲ ଓ ବିଏସ୍-୪ ଡିଜେଲ୍ କାର୍ ଉପରେ ବ୍ୟାନ୍ ଲଗାଯାଇଛି। ରାଜ୍ୟରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ଆଜି ବସିଥିବା ବୈଠକରେ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଏବେ କୌଣସି ବି ପ୍ରକାରର ନିର୍ମାଣ କାର୍ଯ୍ୟ ହେବ ନାହିଁ। ପୂର୍ବରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ କରିବକୁ ଘୋଷଣା ହୋଇସାରିଥିବା ବେଳେ ଆଜି ଷଷ୍ଠ ଠାରୁ ଏକଦାଶ ଯାଏଁ ଶ୍ରେଣୀ ଆସନ୍ତା ନଭେମ୍ବର ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ଆଉ ସମସ୍ତ ସ୍କୁଲ ବନ୍ଦ କରାଯାଇଛି। ସମସ୍ତ ପିଲାଙ୍କ ପାଇଁ ଅନ୍ଲାଇନ୍ କ୍ଲାସ କରିବାକୁ ବିକଳ୍ପ ଦିଆଯାଇଛି।ପରିବେଶ ମନ୍ତ୍ରୀ କହିଛନ୍ତି ଯେ ଦୀର୍ଘକାଳୀନ ଯୋଜନା ଅନୁଯାୟୀ ଚଳିତ ବର୍ଷ ୩୬୫ ଦିନ ମଧ୍ୟରୁ ୨୦୬ ଦିନ ଦିଲ୍ଲୀର ବାୟୁ ସ୍ୱଚ୍ଛ ଥିଲା। ଏହାର ଅର୍ଥ ହେଉଛି ଦୀର୍ଘକାଳୀନ କାର୍ଯ୍ୟର ପ୍ରଭାବ ଦେଖିବାକୁ ମିଳୁଛି। ଅକ୍ଟୋବର ୩୦ ପର ଠାରୁ, ବାୟୁ ସ୍ତର କ୍ରମାଗତ ଭାବରେ କମ୍ ରହିଆସିଛି, ଏହି କାରଣରୁ AQI ବୃଦ୍ଧି ପାଉଛି। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ସମସ୍ତ ବିଭାଗକୁ ନେଇ ଏକ ବୈଠକ କରିଥିଲେ। ଏହି ବୈଠକରେ ଦିଲ୍ଲୀର ପ୍ରଦୂଷଣ ମୁକାବିଲା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……