Report Card Odisha

| Daily Odia News

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ…..

ରିପୋର୍ଟ କାର୍ଡ / ମାଲକାନଗିରି

ନକ୍ସଲ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। BSFର ଏହି ସହିଦ୍ ଯବାନ ଜଣଙ୍କ ହେଲେ ପ୍ରକାଶ ଚନ୍ଦ୍ର ସିଆଲ,ଘର ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ୍ ଗୋପାଳପୁର ଗାଁରେ ବୋଲି ଜଣାପଡିଛି। ଗତକାଲି ଛତିଶଗଡ ବିଧାନସଭା ଆସନ ପାଇଁ ନିର୍ବାଚନ ଥିଲା। ପୋଲିଂ ପାର୍ଟିକୁ ସୁରକ୍ଷା ଦେବାକୁ ଅନ୍ୟ ଯବାନଙ୍କ ସହ ପ୍ରକାଶ ଗାଡ଼ିରେ ଯାଉଥିଲେ। ଏହି ସମୟରେ ମାଲକାନଗିରି ସୀମାନ୍ତ କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ହୋଇଥିଲେ ପ୍ରକାଶ। ତାଙ୍କୁ ରାୟପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Breaking News