ରିପୋର୍ଟ କାର୍ଡ / ଭୁବନେଶ୍ୱର
ହାଇଦ୍ରାବାଦର କୋମପାଲିରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ହୋଇଛି। ପୀଡିତା ଜଣଙ୍କ ଭୁବନେଶ୍ୱରର ଭରତପୁରର ବାସିନ୍ଦା ଅନିନ୍ଦିତା ମହନ୍ତ ଭାବରେ ଚିହ୍ନଟ କରାଯାଇଛି। ମିଳିଥିବାସୂଚନା ଅନୁଯାୟୀ, ପେଟବଶିରାବାଦରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ ମୃତ ମହିଳ। ଖୋର୍ଦ୍ଧା ବାଣପୁର ଅଞ୍ଚଳରେ ମହିଳା ଜଣଙ୍କ ବିବାହ କରିଥିଲେ। ଗତ ୬ ମାସ ତଳେ ହାଇଦ୍ରାବାଦ ଯାଇ ସ୍ବାମୀ ପାଖରେ ରହୁଥିଲେ । ସ୍ବାମୀ ଓଡ଼ିଶା ଆସିଥିବା ବେଳେ ତାଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯାଇଥିବା କୁହାଯାଉଛି। ଅନିନ୍ଦିତା ଏବଂ ତାଙ୍କ ସ୍ବାମୀ ଗୌତମ ଘଡେଇ ଗତ ଛଅ ମାସ ଧରି ହାଇଦ୍ରାବାଦରେ ରହୁଥିଲେ ଏବଂ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗୌତମ ବୈଦ୍ୟୁତିକ ବିଭାଗରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିବା ବେଳେ, ଅନିନ୍ଦିତା ଜଣେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ଏହି ଦମ୍ପତିଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି।ଭରତପୁର ଥାନାରେ ଦାୟର ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୧୧ ତାରିଖରେ ଗୌତମ ପାସପୋର୍ଟ ସମ୍ବନ୍ଧୀୟ କାମ ପାଇଁ ତାଙ୍କ ପୁଅ ସହିତ ଭୁବନେଶ୍ୱର ଯାତ୍ରା କରିଥିଲେ, ଅନିନ୍ଦିତାଙ୍କୁ ସେମାନଙ୍କ ହାଇଦ୍ରାବାଦ ବାସଭବନରେ ଏକା ଛାଡି ଦେଇଥିଲେ। ଏହି ସମୟରେ, ତାଙ୍କ କମ୍ପାନୀର ଜଣେ ସହକର୍ମୀ ସୁଯୋଗ ନେଇ ଘରେ ପ୍ରବେଶ କରି ତାଙ୍କୁ ଯୌନ ନିର୍ଯାତନାଦେଇଥିଲେ ଏବଂ ତା’ପରେ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……