ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଆସନ୍ତା ୮ ତାରିଖରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟର ଅଧିକାରୀମାନଙ୍କୁ ଉପରୋକ୍ତ ଦୁଇ ରାଜ୍ୟରେ ଭୋଟ ଗଣତି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଗୁଜରାଟ ବିଧାନସଭା ନିର୍ବାଚନର ଭୋଟ ଗଣତି ପର୍ଯ୍ୟବେକ୍ଷକ ଭାବେ ୧୮୨ ଜଣ ନିଯୁକ୍ତ ହୋଇଛନ୍ତି। ଏଥିରେ ଓଡ଼ିଶାର ୧୨ ଜଣ ଅଧିକାରୀ ସାମିଲ ହୋଇଛନ୍ତି। ଏହି ଅଧିକାରୀମାନେ ହେଲେ ଉଦ୍ଧବ ଚନ୍ଦ୍ର ମାଝୀ, ଅଭୟ କୁମାର ନାୟକ, ଦୀପକ ରଞ୍ଜନ ଦାସ, କବୀନ୍ଦ୍ର କୁମାର ସାହୁ, ମହେଶ୍ବର ସ୍ବାଇଁ, ପ୍ରଦୀପ କୁମାର ମିଶ୍ର, ପ୍ରତାପ କୁମାର ମିଶ୍ର, ସରୋଜ କୁମାର ମିଶ୍ର, ସତ୍ୟ ନାରାୟଣ ଦାସ, ସୁଦର୍ଶନ ପରିଡ଼ା, ସୁଧାଂଶୁ ମୋହନ ସାମଲ ଓ ଶୁଭେନ୍ଦୁ ସାମଲ। ସେହିଭଳି ହିମାଚଳ ପ୍ରଦେଶ ବିଧାନସଭା ଭୋଟଗଣତି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ୬୮ ଜଣଙ୍କ ମଧ୍ୟରୁ ଓଡ଼ିଶାର ୭ ଜଣ ସାମିଲ ହୋଇଛନ୍ତି। ସେମାନେ ହେଲେ ବିଶ୍ବଜିତ ବିଶ୍ବାଳ, ଦିଲୀପ କୁମାର ରାୟ, ଲକ୍ଷ୍ମୀକାନ୍ତ ବେହେରା, ନୃସିଂହ ଚନ୍ଦ୍ର ସ୍ବାଇଁ, ପ୍ରମୋଦ କୁମାର ମିଶ୍ର, ଶିବ ନାରାୟଣ ନନ୍ଦ ଓ ଉଦୟ ନାରାୟଣ ଦାସ।






More Stories
ଆଶା ଭୋସ୍ଲେଙ୍କ ପରଲୋକ…..
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..