ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାକୁ ୨୦୨୨ ବ୍ୟାଚର ୮ଜଣ ଆଇଏଏସ ଅଫିସର ଆବଂଟନ କରାଯାଇଛି । ଓଡ଼ିଶା ପ୍ରଶାସନିକ ଇତିହାସରେ ପ୍ରଥମଥର ପାଇଁ ରେକର୍ଡ ସଂଖ୍ୟକ ପ୍ରତ୍ୟକ୍ଷ ନିଯୁକ୍ତି ପାଉଥିବା ଆଇଏଏସ ଅଫିସରଙ୍କୁ ଓଡ଼ିଶା କ୍ୟାଡ଼ର ଆବଂଟନ ହୋଇଛି । ୨୦୨୨ ବ୍ୟାଚର ଆଇଏଏସ୍ ଭାବେ ଏହି ୮ଜଣ ଅଫିସର ଓଡ଼ିଶାରେ କାର୍ଯ୍ୟ କରିବେ । ଏମାନଙ୍କ ମଧ୍ୟରୁ ୩ଜଣଙ୍କ ଗୃହ ରାଜ୍ୟ ଓଡ଼ିଶା ହୋଇଥିବାବେଳେ ବାକି ୫ଜଣ ଅନ୍ୟ ରାଜ୍ୟର ବାସିନ୍ଦା ବୋଲି ଜଣାପଡ଼ିଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଓଡ଼ିଶା ସମେତ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଏହି ଆଇଏଏସ୍ ଅଫିସରମାନଙ୍କ କ୍ୟାଡ଼ର ଆବଂଟନ ସମ୍ପର୍କରେ ସୂଚନା ଦିଆଯାଇଛି । ଯେଉଁ ଆଇଏଏସ୍ ଅଫିସରମାନଙ୍କୁ ଓଡ଼ିଶା କ୍ୟାଡ଼ର ଆବଂଟନ କରାଯାଇଛି ସେମାନେ ହେଲେ ଓଡ଼ିଶାର ପ୍ରଣୀତା ଦାଶ , କସ୍ତୁରୀ ପଣ୍ଡା ଓ ତେଜସ୍ୱିନୀ ବେହେରା, ଉତ୍ତରପ୍ରଦେଶର ପ୍ରେକ୍ଷା ଅଗ୍ରୱାଲ, ନାଗାଲ୍ୟାଣ୍ଡର ୟିମକୁମ୍ ଆଇ ଓଜୁକାମ, ମହାରାଷ୍ଟ୍ରର ଦୁଧଲ ଅଭିଷେକ ଦିଲ୍ଲୀପ, କେରଳର ଆଶିନ୍ ଏ ଏଲ୍ ଏବଂ ତାମିଲନାଡୁଡ଼ର ସି ଶରଭାନନ୍ ରହିଛନ୍ତି ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..