Report Card Odisha

| Daily Odia News

୧୧ଟାରୁ ଅପରାହ୍ଣ ୩ଟା ଯାଏ ବାହାରେ ବୁଲନ୍ତୁ ନାହିଁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ତୃଟିରେ ରଖି ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଲୋକମାନେ ବାହାରେ ନ ବୁଲିବାକୁ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏନେଇ ଅଧିକ ତଥ୍ୟ ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪, ତାଳଚେରରେ ୪୦.୪ ଡିଗ୍ରି ଛୁଇଁଥିଲା ତାପମାତ୍ରା ଆହୁରି ଛଅଟି ସହରରେ ପାରଦ ବଢିଛି। ଆଜି ଅନୁମାନ କରାଯାଉଛି, ଦୁଇଦିନ ଏଭଳି ତାପମାତ୍ରା ରହିବ। ପଶ୍ଚିମାଝଡ଼ର ପ୍ରକୋପ ରହିବ। ତେଣୁ ଜଳୀୟବାଷ୍ପ ରାଜ୍ୟ ଭିତରକୁ ପ୍ରବାହ କରିବ। ଆସନ୍ତା ୪ରୁ ୬ ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ଆହୁରି ୨ରୁ ୩ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ ସ୍ଥିତି ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ମୁଖ୍ୟତଃ ରାଜ୍ୟରେ ଉଷ୍ମ ଆଦ୍ର ପାଣିପାଗ ସ୍ଥିତି ଉପୁଜିବ। ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଛି। ତେଣୁ ଉଷ୍ମ ରାତି ଚେତାବନୀ ଜାରିହୋଇଛି।ରାଜ୍ୟରେ ସର୍ବୋଚ୍ଚ ରାତି ତାପମାତ୍ରା ପାରାଦୀପରେ ୨୭.୪ ଓ ପୁରୀରେ ୨୭.୨, ଭୁବନେଶ୍ୱରରେ ୨୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଗୁଳୁଗୁଳି ସ୍ଥିତି ବୃଦ୍ଧି ପାଇବ। ଗତକାଲି ଠାରୁ ଚେତାବନୀ ଜାରି କରାଯାଇଛି। ଉପକୂଳ ଓଡ଼ିଶା ଭଦ୍ରକ, ଯାଜପୁର, କଟକ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଲାଙ୍ଗୀର, କନ୍ଧମାଳ ଆଦି ଜିଲ୍ଲାରେ ରାତି ତାପମାତ୍ରା ଅଧିକ ରହୁଛି। ଏପ୍ରିଲରେ ୧ ରୁ ୩ ଅର୍ଥାତ ଦୁଇଦିନ ଅବଧିର ଗ୍ରୀଷ୍ମପ୍ରବାହ ଦିନ ରହିଥାଏ। କିନ୍ତୁ ପରିଧି ସ୍ୱାଭାବିକ ତୁଳନାରେ ଅଧିକ ରହିବ, ଅର୍ଥାତ ଗ୍ରୀଷ୍ମ ପ୍ରବାହ ଅବଧି ୧୪ରୁ ୧୫ ଦିନ ରହିବ।

 

Breaking News