ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେ ଠାରୁ ସବୁ ଦଳ ସଙ୍ଗଠନ କୁ ମଜବୁତ କରିବାରେ ଲାଗିପଡିଛନ୍ତି |। ଏହାଭିତରେ ସବୁ ଦଳରୁ ନୂଆ ନୂଆ ଷ୍ଟ୍ରାଟଜି ମଧ୍ୟ ଦେଖିବାକୁ ମିଳୁଛି । କଂଗ୍ରେସ ଏବେ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଛି । ଯାହା ପାଇଁ ନିକଟରେ କିଛି ବରିଷ୍ଠ ନେତା ମାନଙ୍କୁ କଂଗ୍ରେସରେ ସାମିଲ ହୋଇଛନ୍ତି | ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଏବେ ଏବେ କଂଗ୍ରେସରେ ଯୋଗ ଦେଇଛନ୍ତି । ବୁଧବାର ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ଶିକ୍ତା ପତି କଂଗ୍ରେସରେ ଯୋଗ ଦେଇଛନ୍ତି । ବିଜେପି କର୍ମୀଙ୍କ ପରି ବିଜୟ ମହାପାତ୍ର ଦଳରେ ଏତେଟା ଆକ୍ଟିଭ ନାହାନ୍ତି । ଯାହା ଶୁଣିବାକୁ ମିଳୁଛି ହୁଏତ ସେ ଦଳ ରେ ସନ୍ତୁଷ୍ଟି ନାହାନ୍ତି କିମ୍ବା ଦଳୀୟ କର୍ମଚାରୀଙ୍କ ସହ ତାଙ୍କର କିଛି ସମ୍ପର୍କ ସେତେ ଖାସ ନାହିଁ । ଏହି ସବୁ ପରିସ୍ଥିତିରେ ନିହାତି ଭାବରେ ସେ ଦଳ ଛାଡି ଅନ୍ୟତ୍ର ଯିବାକୁ ଚିନ୍ତା କରୁଥିବେ । ଏବେ ବିଜୟଙ୍କ ଘରକୁ ବିରୋଧୀ ମାନଙ୍କର ସୁଅ ଛୁଟୁଛି । ବିଜୟ ଯଦି କଂଗ୍ରେସରେ ଯୋଗ ଦିଅନ୍ତେ ଭଲ ହୁଅନ୍ତା ନେଇ ଚର୍ଚ୍ଚା ଜୋର ଧରିଛି |
More Stories
କ୍ଷମା ମାଗ,ନଚେତ୍ ନବୀନ ନିବାସ ଘେରିବୁ…..
ଓଡ଼ିଆ ନବବର୍ଷରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ…..
ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି…..