ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୬୭୯୪ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୪୧୬୦ଟି ପଞ୍ଚାୟତରେ କୌରସି ସ୍ଥାୟୀ ବ୍ୟାଙ୍କ ନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା ପହଞ୍ଚାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏପରି ଭାବେ ପର୍ଯ୍ୟାୟ ଭାବେ ରାଜ୍ୟର ସମସ୍ତ ବ୍ୟାଙ୍କ ବିହୀନ ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା ପହଞ୍ଚି ପାରିବ । ଏହି ଲକ୍ଷ୍ୟ ହାସଲ ପାଇଁ ଅର୍ଥ ବଭାଗ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ନାବାର୍ଡ ଓ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ଆନୁକୂଲ୍ୟରେ ସ୍ଥାୟୀ ଶାଖା ଖୋଲିବା ପାଇଁ ୨୭୦ଟି ଗ୍ରାମପଞ୍ଚାୟତକୁ ଚିହ୍ନଟ କରାଯାଇଛି । ଏଥିସହିତ ୧୫୦ଟି ବ୍ୟାଙ୍କ ବିହୀନ ଗ୍ରାମପଞ୍ଚାୟତରେ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ପ୍ରତି ଗ୍ରାମପଞ୍ଚାୟତକୁ ୯.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟର ଦୂରଦୂରାନ୍ତରେ ରହୁଥିବା ଲୋକମାନେ ସିଧାସଳଖ ବେନିଫିଟ୍ ଟ୍ରାନ୍ସଫର କ୍ଷେତ୍ରରେ ମୌଳିକ ବ୍ୟାଙ୍କିଂ ସେବା ପାଇବାକୁ ସଂଘର୍ଷ ରୁଛନ୍ତି । ରାଜ୍ୟର ପ୍ରତି କୋଣ ଅନୁକୋଣରେ ରହୁଥିବା ଲୋକଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ବି ନାଗରିକ ଯେପରି ପ୍ରତ୍ୟେକ୍ଷ ଲାଭରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଂ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..