ରିପୋର୍ଟ କାର୍ଡ / ଭୁବନେଶ୍ବର
ଚର୍ଚ୍ଚାରେ ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ | ଆମେ ସିନା ଚାକିରୀଆ ବୋଲି କିଛି କହିପାରୁବୁନୁ। ପନିସମେଣ୍ଟ ମିଳିଯିବ। ତୁଣ୍ଡ ଖୋଲିଲେ ଦଳରୁ ସସପେଣ୍ଡ ହେଇଯିବୁ। ଆମେ ସିନା ଦଳରେ ଅଛୁ ବୋଲି ଖୋଲାଖୋଲି କିଛି କହିପାରୁବୁ ନାହିଁ। ଦଳରୁ ବହିଷ୍କୃତ ହୋଇଯିବୁ। ଆମେ ସିନା ଅନ୍ୟ କିଛି ପ୍ରଲୋଭନରେ ଅଛୁ ବୋଲି ଆମ ସ୍ୱାର୍ଥରେ ବାଧା ଆସିବ। ଏମିତି କହିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଅନ୍ୟପଟେ ଆଜି ବିଧାନସଭା ଶୂନ୍ୟକାଳରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କଥା ଉଠାଯାଇଛି | ଶୂନ୍ୟକାଳରେ ଜୟନାରାୟଣ ମିଶ୍ର, ସୌମ୍ୟଞ୍ଜ ଙ୍କ ଉକ୍ତି ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି | ଏ ସରକାରକୁ ପ୍ରକୃତରେ କିଏ ଚଳାଉଛି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ |






More Stories
ମାନସ ମଙ୍ଗରାଜଙ୍କୁ ବଡ଼ ଦାୟିତ୍ୱ…..
ବଢ଼ିବ ତାତି: ପାରଦ ଟପିବ ୪୩ ଡିଗ୍ରୀ…..
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..