Report Card Odisha

| Daily Odia News

ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଆସନ୍ତା ୨୦ତାରିଖରେ ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ବିଧାନସଭାର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆଜି କାମଚଳା ବାଚସ୍ପତି(ପ୍ରୋଟେମ୍ ) ଭାବେ ନିଯୁକ୍ତି ମିଳିଛ । ରାଜ୍ୟପାଳ ରଘୁବର ଦାସ ସପ୍ତଦଶ ଓଡ଼ିଶା ବିଧାନସଭାର କାମଚଳା ବାଚସ୍ପତି ଭାବେ ଶ୍ରୀ ସ୍ୱାଇଁଙ୍କୁ ନିଯୁକ୍ତି ଦେଇଛନ୍ତି । ସୂଚନା ଅନୁସାରେ, ୮ଥରର ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆସନ୍ତାକାଲି ପ୍ରୋଟେମ୍ ସ୍ପିକର(କାମଚଳା ବାଚସ୍ପତି) ଭାବେ ଶପଥ ନେବେ । ଜୁନ୍ ୧୮ ଓ ୧୯ତାରିଖ ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ଶ୍ରୀ ସ୍ୱାଇଁ ଶପଥ ପାଠ କରାଇବେ । ୧୯ତାରିଖ ଦିନ ନୂଆ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ବୋଲି ଜଣାପଡ଼ିଛି । ୨୦ତାରିଖରେ ବାଚସ୍ପତି ନିର୍ବାଚନ ହେବ ।

Breaking News