ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦ୍ଵିତୀୟ ପର୍ଯ୍ଯାୟ ବଜେଟ ଅଧିବେଶନ ଆରମ୍ଭରୁ ଗୃହରେ ହଙ୍ଗାମା। ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ କୁ ନେଇ ଗୃହରେ ହଟ୍ଟଗୋଳ ହୋଇଛି। ସ୍ଥିତି ସ୍ବାଭାବିକ ହୋଇନପାରିବାରୁ ଗୃହକୁ ୪ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି। ଆଜି ଗୃହ କାର୍ଯ୍ଯ ଆରମ୍ଭ ହେବା ପରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଛାତ୍ର ସଂସଦ ନିର୍ବାଚନ କରାଇବାକୁ ଦାବି କରିଥିଲେ। ଗୃହର ମଧ୍ଯ ଭାଗରେ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ। ବିଜେଡି ମଧ୍ଯ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଛି। ଏହା ସହିତ ମୁଖ୍ଯ ବିରୋଧୀ ଦଳ ବିଜେଡି ରାଜ୍ଯପାଳଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗ ଉଠାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଥିଲା ବିଜେଡି। ଏହି ସବୁ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ହୋଇଛି। ଏହାପରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..