ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରେ ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ ଟଙ୍କା ରହି ଥିବା ବେଳେ ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ବୃଦ୍ଧି ପାଇନାହିଁ। ମୁଣ୍ଡପିଛା ଆୟ ଅପେକ୍ଷା ଋଣ କମ୍ ରହିଛି | ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି, ଦେବୀପ୍ରସାଦ ମିଶ୍ର, ଅମରପ୍ରସାଦ ଶତପଥୀ, ମୁକେଶ ମହାଲିଙ୍ଗଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏହା କହିଛନ୍ତି। ତେବେ ଏହି ତଥ୍ୟ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟ ଅର୍ଥନୈତିକ ଅବସ୍ଥାରେ ଅଭିବୃଦ୍ଧି ହେବ ସହ ରାଜ୍ୟର ଋଣ ଧାରଣ କ୍ଷମତା ଓ ମୁଣ୍ଡପିଛା ଋଣ ବୃଦ୍ଧି ପାଇବା ସ୍ୱାଭାବିକ। ତେବେ ରାଜ୍ୟରେ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା ଥିବାବେଳେ ମୁଣ୍ଡପିଛା ଆୟ ୧ଲକ୍ଷ ୨୮ହଜାର ୮୭୩ ଟଙ୍କା ରହିଛି। ୧୯୯୯ରୁ ୨୦୦୦ ମସିହା ମଧ୍ୟରେ ଏହି ମୁଣ୍ଡପିଛା ଋଣ ୪ହଜାର ୯୧୮ ଟଙ୍କା ରହିଥିଲାବେଳେ ମୁଣ୍ଡପିଛା ଆୟ ୧୩ହଜାର ୧୨ ଟଙ୍କା ଥିଲା । ବର୍ତ୍ତମାନ ମୁଣ୍ଡପିଛା ଆୟ ୫ ଦଶମିକ ୮ ଗୁଣ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..